Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy Inspirational

4  

DILIP KUMAR SAHOO

Tragedy Inspirational

ନିସଙ୍ଗତା ବର°ଭଲ

ନିସଙ୍ଗତା ବର°ଭଲ

1 min
415



 କରୋନା କୋପକୁ ପୁଣି

 ନିସଙ୍ଗତା କାଳ

 ହୁଅନ୍ତୁ ତରୁଣ ଅବା

 ସେତ ବୃଦ୍ଧ ବାଳ ।

 କଟକଣା ଏବେ ସିନା

 ହେଲାଣି କୋହଳ

 ତଥାପି ଲାଗୁଛି ଡର

ଦେଖିଲେ ଗହଳ ।

 ବିନା ଲକ୍ଷଣ ରେ ଯଦି

 ସଙ୍କ୍ରମିତ କେହି

 ଗହଳି ରେ ଅଜଣାତେ

 ଦେଲା ଆସି ଛୁଇଁ ,

 କରୋନା ର ମାୟା ଜାଲେ

 ହୋଇଯିବ ଛନ୍ଦି

 ବଳେଇ ପଡିବ ଦୁଃଖ

  କପାଳକୁ ନିନ୍ଦି ।

 ସ°କ୍ରମିତ ହେଲେ କଷ୍ଟ

 ନିସଙ୍ଗ ଜୀବନ  

 ନିସଙ୍ଗେ ରହିବେ ପୁଣି

 ଆତ୍ମୀୟ ସ୍ବଜନ ।

 ପ୍ରିୟ ପରିଜନ ପାସେ 

 ପସିବେନି କେହି

 ଛୁଇଁଦେଲେ କରୋନା ତ

 ଆସେପରା ଡେଇଁ ।

 ଅଛୁଆଁ, ରୋଗୀ ର ଶବ

 ରୋଗୀ ସେବା ମନା

 ଦେହଠାରୁ ବଳିଯାଏ

 ମନର ଯନ୍ତ୍ରଣା ।

 ନିସଙ୍ଗତା ଦେଉ ପଛେ 

 ମାନସିକ କଷ୍ଟ

  କରୋନା କବଳେ କିଆଁ

  ହେବା ଛଟପଟ ?


Rate this content
Log in

Similar oriya poem from Tragedy