Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

କଳଙ୍କିନୀ

କଳଙ୍କିନୀ

1 min
544



ଅଗ୍ନି ପରୀକ୍ଷା ଦେଲାପରେବି

ଏତେ ସନ୍ଦେହ

ହଁ, ସବୁଠି ମୋ ଚର୍ଚ୍ଚା

ଏଠି ସେଠି ବାଟଘାଟ

ନଈତୁଠ ସବୁଠି

ମୁଁ ହଠାତ୍ କେମିତି ବଦଳି ଗଲି

ମୋର ଏତେ ପରିବର୍ତ୍ତନ

ହେଲା କେମିତି

କିଏ ଓଜାଡି ଦେଲା ଏତେ ଅର୍ଥ

ପ୍ରାଚୁର୍ଯ୍ୟରେ ଭରିଗଲା ମୋ

ଦିଗ ଚଉଦିଗ

ତୁମେ ମୋତେ ପିଲାଟି ଦିନୁ ଜାଣିଚ

ମୋ ମନକୁ ମନ ଦେଇ ପଢିଛ

ମୁଁ କିଛିଦିନ ଦୂରେଇ ଗଲିବୋଲି

କଣ କଳଙ୍କିନୀ ହୋଇଗଲି

ଏତେ ପ୍ରାଚୁର୍ଯ୍ୟରେ ପୂରିଗଲିବୋଲି

ମୋର କଣ ଚରିତ୍ର ସ୍ଖଳନ ହୋଇଗଲା

ସତକଥା ଜାଣିଲାପରେ ବି ସନ୍ଦେହ

କେତେଥର କହିବି

ମୋ ପରିବାର ପାଇଁ

ଟଙ୍କା ଦରକାର ଥିଲା

ସହରକୁ ଯାଇ

ମୋ କୀଡିନ୍ ଦାନ କରିବାକୁ

ମୁଁ ସୁଯୋଗ ପାଇଲି

ତା ବଦଳରେ ଏତେ ଟଙ୍କା

ଏତେ ପ୍ରାଚୁର୍ଯ୍ୟତା

ପାଇବିବୋଲି କେବେ ଭାବି ନଥିଲି ।

ମୋର ଏଇ ଆକସ୍ମିକ ପରିବର୍ତ୍ତନ ପାଇଁ

ମୁଁ କଣ ସତରେ

କଳଙ୍କିନୀ ହୋଇଗଲି ।


Rate this content
Log in