STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ମାନବିକତାକୁ ପାସୋରି ଦେଲ

ମାନବିକତାକୁ ପାସୋରି ଦେଲ

1 min
439


ମାନବିକତା କୁ ପାଶୋରି ଦେଲ

କେମିତି ଏମିତି ନିଷ୍ଠୁର ହେଲ

ମଣିଷ ଜାତିର ଧ୍ବଂସ ପାଇଁକି

ଜ୍ଞାନ ବିଜ୍ଞାନ କୁ ଲଗେଇ ଦେଲ ।


ଧନ୍ୟ ତୁମେ ଚୀନ୍ ଅଣୁ ବିଜ୍ଞାନୀ

କଲିଜା କୁ ତୁମେ କରିଲ ପାଣି

ତୁମରି ନିର୍ଦ୍ଦୟ ହୃଦୟ ପାଇଁ

ମହାମାରୀ ଏବେ ଦେଖାଏ ଠାଣି।


ସରଜିଲ ତୁମେ ଏମିତି ରୋଗ

କରୁଣ ମରଣ ଅକାଳ ଯୋଗ

ସାରା ଦୁନିଆର ହଜିଲା ବୁଦ୍ଧି

ଧୋଇଯାଏ ସବୁ ସପନ ରଙ୍ଗ ।


ପ୍ରଥମ ଲହରେ ମଲେ ବୟସ୍କ 

ଦ୍ବିତୀୟରେ କଲବଲ ଯୁବକ 

ତୃତୀୟ ଆସୁଛି ତରାଟି ଆଖି

ବଳେଇ ପଡିବ ଶିଶୁ ଙ୍କ ଦୁଃଖ।


ଛୁଆଁ ରୋଗ ବୋଲି ଲାଗୁଛି ଡର

ଡର ଲାଗେ ଟିକେ ହୋଇଲେ ଜ୍ବର

ହେଳାକଲେ ଏଣେ ବୁଡୁଛି ଭଳା

ଜୀବନ ହେଉଛି କିନାରଖାର ।


ଧନୀ ହେଉ ଅବା ଗରିବ ହେଉ

ସଭିଙ୍କୁ ସାଧୁଛି କରୋନା ଦାଉ

 ଭାଗ୍ୟ ଭଗବାନ ଭରଷା ଆମ

ଡରିଡରି ଆମେ ଜୀବନ ଜୀଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy