ମାନବିକତାକୁ ପାସୋରି ଦେଲ
ମାନବିକତାକୁ ପାସୋରି ଦେଲ
ମାନବିକତା କୁ ପାଶୋରି ଦେଲ
କେମିତି ଏମିତି ନିଷ୍ଠୁର ହେଲ
ମଣିଷ ଜାତିର ଧ୍ବଂସ ପାଇଁକି
ଜ୍ଞାନ ବିଜ୍ଞାନ କୁ ଲଗେଇ ଦେଲ ।
ଧନ୍ୟ ତୁମେ ଚୀନ୍ ଅଣୁ ବିଜ୍ଞାନୀ
କଲିଜା କୁ ତୁମେ କରିଲ ପାଣି
ତୁମରି ନିର୍ଦ୍ଦୟ ହୃଦୟ ପାଇଁ
ମହାମାରୀ ଏବେ ଦେଖାଏ ଠାଣି।
ସରଜିଲ ତୁମେ ଏମିତି ରୋଗ
କରୁଣ ମରଣ ଅକାଳ ଯୋଗ
ସାରା ଦୁନିଆର ହଜିଲା ବୁଦ୍ଧି
ଧୋଇଯାଏ ସବୁ ସପନ ରଙ୍ଗ ।
ପ୍ରଥମ ଲହରେ ମଲେ ବୟସ୍କ
ଦ୍ବିତୀୟରେ କଲବଲ ଯୁବକ
ତୃତୀୟ ଆସୁଛି ତରାଟି ଆଖି
ବଳେଇ ପଡିବ ଶିଶୁ ଙ୍କ ଦୁଃଖ।
ଛୁଆଁ ରୋଗ ବୋଲି ଲାଗୁଛି ଡର
ଡର ଲାଗେ ଟିକେ ହୋଇଲେ ଜ୍ବର
ହେଳାକଲେ ଏଣେ ବୁଡୁଛି ଭଳା
ଜୀବନ ହେଉଛି କିନାରଖାର ।
ଧନୀ ହେଉ ଅବା ଗରିବ ହେଉ
ସଭିଙ୍କୁ ସାଧୁଛି କରୋନା ଦାଉ
ଭାଗ୍ୟ ଭଗବାନ ଭରଷା ଆମ
ଡରିଡରି ଆମେ ଜୀବନ ଜୀଉ ।
