STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"କାଲି ବି ଥିଲି ଏକା"

"କାଲି ବି ଥିଲି ଏକା"

1 min
345

କାଲି ବି ଥିଲି ମୁଁ ଏକା ଆଜି ବି ଅଛି ଏକା

ଆଜନ୍ମ ବ୍ରହ୍ମଚାରୀ ନ ହେଲେ ବି

ମୋତେ ଲାଗେ ମୋ ଜୀବନ ଟା

ଶୁଷ୍କ ମରୁଭୂମି ସଦୃଶ ଫାଙ୍କା ଫାଙ୍କା ।


ରଙ୍ଗହୀନ ରସହୀନ ମୋ ଜୀବନ

ଖୋଜୁଛି ଏବେ ବି ତା ମଧ୍ୟେ

ମୋ'ର ଶୈଶବ, କୈଶୋର ଓ ଯୌବନ

ପଦାର୍ପଣ କଲେଣି ମୁଁ ମୋ 

ଜୀବନର ଅପରାହ୍ନ

ପାଇବା ହରାଇବାରେ କେବେ

ରଖିନି ମୋ ଧ୍ୟାନ

କ୍ଷଣସ୍ଥାୟୀ ଅଟେ ଏ 

ଧନ, ଯୌବନ ଓ ଜୀବନ

ଏହି ମୋ'ର ଜୀବନ ଦର୍ଶନ ।


ପ୍ରେମ, ପ୍ରଣୟ, ଧୋକା, ପ୍ରତାରଣା

ଏ ସବୁ ଜୀବନର ଏକ ଏକ ସମୀକରଣ

ମନ ମୋ'ର ଖୋଜିନି କେବେ

କ'ଣ ମୋ ଜୀବନର ଲକ୍ଷ୍ୟ

ସେ ପାଇଁ ବୋଧହୁଏ ପ୍ରତି ମୁହୂର୍ତ୍ତେ

ପ୍ରତି କ୍ଷଣେ କ୍ଷଣେ

ଛିନ୍ନବିଛିନ୍ନ ହୁଏ ମୋ'ର ପକ୍ଷ

ନ ଥିଲା କି ନାହିଁ ମୋ ମନେ

 କେବେ ଅନୁଶୋଚନା

 କିଏ ମୋତେ ଠକିଦେଲା କିଏ ଦେଲା ଧୋକା

 ଅବିରାମ ଗତିରେ ଅଗ୍ରସର ହୁଏ ଆଗକୁ ଆଗକୁ

 ମୋତେ ଲାଗେ କାଲି ବି ଥିଲି ଏକା

 ମୁଁ ଆଜି ବି ଅଛି ଏକା ।


 ସଂସାର ଜଞ୍ଜାଳେ ଛନ୍ଦି ହେଲା ପରେ ବି

 ସଂସାର ର ରଙ୍ଗ ଲାଗେ ଫିକା ଫିକା

 ପରିବାର ପରିଜନ ମୋତେ କାହିଁକି ଲାଗେ

  ଏ ସବୁ ଜୀବନର ଗୋଟେ ଗୋଟେ ଧୋକା

  ପ୍ରିୟା ପ୍ରୀତି ମାୟା ମୋହ ସବୁ ଲାଗେ

  ମୋତେ ଏଗୁଡ଼ିକ ସବୁ

  ଜୀବନର ଗୋଟେ ଗୋଟେ ପ୍ରହେଳିକା

  ଏବେ ବି ମୋ ଜୀବନଟା ଲାଗେ ଏକା ଏକା 

   କାଲି ବି ଥିଲି ମୁଁ ଏକା

   ଆଜି ବି ଅଛି ଏକା ।


  ଜନନୀ ଜନ୍ମଭୂମି ର ସେବା 

  ମୋ ପାଇଁ ମହତ୍ ଏକା

  ମାଟି ମାଆ ପାଇଁ ହୋଇଯିବାକୁ ଚାହେଁ

  ଜୀବନେ ରହିଯିବାକୁ ସବୁଦିନ ପାଇଁ

  ଏକା ଏକା କାହିଁକି କେଜାଣି

  ସଂସାର ର ମୋହ ମୋତେ ଲାଗେ

   ମୋ ପାଇଁ ମୋ ଜୀବନ ପାଇଁ ଏକ ଧୋକା

   ସନ୍ତାନ ସନ୍ତତି ସଭିଏଁ ସୁଖେ ଦ୍ୟନ୍ତି ଦେଖା

    ସମୂହରେ ବଞ୍ଚିବା ରେ

    ସମଗ୍ର ପରିବାର ଲାଗନ୍ତି

     ମୋ ସହୋଦର ସଖା

     ସ୍ବାର୍ଥ ରେ ବଞ୍ଚିବା 

     ସ୍ଵାର୍ଥପର ଜୀବନ ଜିଇଁବା ର ମାନେଟା

      ନିଜକୁ ନିଜେ ଦେବା ଧୋକା

      ସେ ପାଇଁ ପରିବାର ମଧ୍ୟେ ଥାଇ

      ସଂସାର ଜଞ୍ଜାଳେ ଥାଇ ମଣଇ ନିଜକୁ

      ସଦା ସର୍ବଦା ମୁଁ ଏକା ଏକା

      କାଲି ବି ଥିଲି ମୁଁ ଏକା

      ଆଜି ବି ଅଛି ଏକା ।


Rate this content
Log in

Similar oriya poem from Abstract