STORYMIRROR

Panchanan Jena

Children

4  

Panchanan Jena

Children

ଶିଖିବା ଆସ

ଶିଖିବା ଆସ

1 min
7


ସାହାର୍ଯ୍ୟ କରିବା ଶିଖିବା ଆସ

ପ୍ରତିଦାନେ ଆଶା ନାହିଁ

ହାତ ମିଳେଇବା ଶିଖିବା ଆସ

ମୁରୁକି ହସ ଉଇଁବ ଯହିଁ


ସେବା କରିବା ଶିଖିବା ଆସ

ଅସଲ ଖୁସିର ଉତ୍ସକୂପ

ହାତ ବଢେଇବା ଶିଖିବା ଆସ

ବିପଦେ ଆପଦେ ତପ


ଦୟା କରିବା ଶିଖିବା ଆସ

ଦୁଃଖି ରଙ୍କି ଭାଟ ଭିକାରୀ

କ୍ଷମା କରିଦେବା ଶିଖିବା ଆସ

ଭୁଲିଯିବା ସବୁ ଟଙ୍କା ଉଧାରୀ


କରୁଣା ବାଣ୍ଟିବା ଶିଖିବା ଆସ

ସ୍ନେହଭାବରେ ଜୀବନ ସିନ୍ଧୁ

ହସି ହସେଇବା ଶିଖିବା ଆସ

ଭାତୃଭାବରେ ଜଗତ ବାନ୍ଧୁ


ପ୍ରେମ କରିବା ଶିଖିବା ଆସ

ପୃଥିବୀ ପରା ଆମ ପରିବାର

ବନ୍ଧୁତା ଯୋଡ଼ିବା ଶିଖିବା ଆସ

ମାନବ ହିତରେ ଘଟୁ ଶରୀର


ମମତା ଯାଚିବା ଶିଖିବା ଆସ

ଫୁଟେଇବା ଆଶା କଳିକା

ଗଛ ଲଗେଇବା ଶିଖିବା ଆସ

ମାଟି ମା'ର କାନନ ବିଥିକା


ଲୁହ ଝରେଇବା ଶିଖିବା ଆସ

ନର ଦେହେ ନାରାୟଣ

ସମସ୍ୟା ନିଦାନ ଶିଖିବା ଆସ

ନିଃସ୍କାମ ପ୍ରାର୍ଥନା ମହାପ୍ରୟାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children