Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Panda

Romance Tragedy

4  

Kalpana Panda

Romance Tragedy

ତୁମ ନିରବତା

ତୁମ ନିରବତା

1 min
460


କେବେ ହେଉ ଅବା ହେବି ମୁଁ ତୁମର

   ଖୋଜେ ମୁଠାଏ ମମତା,

ସ୍ମୃତି ର ଶେଯରୁ ଭିଜି ଭିଜି ଉଠେ

   ତୁମ ନୀଳ ନିରବତା l


ମଥାରେ ସିନ୍ଦୁର ହାତେ ପାଣିକାଚ

   ମାଖି ପାଦରେ ଅଳତା,

ଚଗଲି ମନଟା ଆସିଣ ସଂଜରେ

   ଖୋଜେ ତମ ଗହନତା l


ପାଉଁଜି ମୋହର ସତତ ଚେଷ୍ଟିତ

   ଭାଙ୍ଗିବାକୁ ନିରବତା,

ଓଢ଼ଣା ତଳେ ମୋ ସଲ୍ଲଜ ଚାହାଣୀ

   ଲୋଡ଼େ ତୁମ ଅତ୍ମୀୟତା l


ଆଖିର କଜ୍ବଳ ଦୁଷ୍ଟାମୀ କରିକି

   ହୁଏ ଆଜି ଆଗଭର,

ପ୍ରୀତି ପିଆଲାରେ ଭିଜାଇ ଭାଙ୍ଗିବ

    ନିରବତାକୁ ତୁମର l


ନିବିଡ଼ ନୀଳର ନୀରବତା ଆଜି

    ସାଜିଛି ଉଛୁଳା ନଈ,

ଫେନୀଳ ଜୁଆରେ ନାଚି ନାଚି ସେତ

   ନିରବତା ଦେବ ଧୋଇ ।


Rate this content
Log in

Similar oriya poem from Romance