Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Panda

Romance

4  

Kalpana Panda

Romance

ସମ୍ପର୍କ

ସମ୍ପର୍କ

1 min
175



ତୋ ଗାଁ ସୋରିଷ ଫୁଲ ଡାକେ ମତେ

ଦେବାକୁ ହଳଦୀ ପାଟ ,

କେମିତି ଯିବି ମୁଁ ତେର ନଈ ଡେଇଁ

ହୋଇବ ତୋ ସାଥେ ଭେଟ l


ପ୍ରୀତି ମୁହାଣରେ ଭାସୁଛି ଜୀବନ

ସବୁଦିନ ସବୁ ରାତି ,

ଜଉମୁଦ ଦିଆ ଲପାଫାରେ ଲେଖେ

ବିରହ ମନର ଚିଠି l


ତୁମେ ମୋ ବନ୍ଧୁ କି ମୁଁ ତୁମର ବନ୍ଧୁ

ପାରେନି ଲାଜରେ କହି ,

ନଦୀର ତୀରରେ ଚାହିଁ ରହିଥାଏ

ତୁମରି ପଥକୁ ଚାହିଁ l


ମୁଁ ଯେ ସରିତର ବାରିଧାରାଟିଏ

ନଦୀରେ ମିଶିବା ପାଇଁ ,

ଅବିରତେ ସଦା ଝରି ଚାଲିଥାଏ

ଅସରl ପିପାସା ନେଇ l


ସମ୍ପର୍କର ନଦୀ ତୀରେ ବସି ଭାବେ

ଆସିବେ କି ପ୍ରିୟ ମୋର ,

ମୋ କୁଆଁରୀ ମନ ଭିଜି ଯିବ ସତେ

ପାଇ ପରଶ ତାଙ୍କର l




Rate this content
Log in

Similar oriya poem from Romance