ମୋନୀ ତପସ୍ଵୀ
ମୋନୀ ତପସ୍ଵୀ
ମୌନୀ ଅବତାରୀ ସାଜିଛି
କିନ୍ତୁ ଶବ୍ଦହୀନ ନୁହଁ
ନିଃଶବ୍ଦ ବି ନୁହଁ
ଶବ୍ଦ ତୃଣୀରରେ ହଜାର ହଜାର
ଶବ୍ଦ ଭଣ୍ଡାର ଗଛିତ ଅଛି
ଚିଲ୍ଲେଇ ପାରିବି
ଦାଣ୍ଡ ଦୁଲୁକେଇ ପାରିବି
ପୁରାଣ ବର୍ଣ୍ଣିତ ଶବ୍ଦଭେଦି ବାଣ କୁ
ଭେଦ କରି ବଧ କରି ପାରିବି
କିନ୍ତୁ ମୁଁହ ଖୋଲିବାକୁ
ମନେ କରୁନି
ମନ ବି କରୁନି
ପରସ୍ଥିତି ଚାପରେ ବିବ୍ରତ ହୋଇପଡ଼େ
ତଥାପି ମୁଁହ ଖୋଲି ପାରେନା
ପ୍ରଶ୍ନ ବାଣରେ ଲହୁ ଲୁହାଣ ହେଲା ପରେ ବି
ଅନ୍ୟ ମାନଙ୍କ ପରି
ତୁଣ୍ଡ କମାଣ ଗର୍ଜନ ତର୍ଜନ କରି
ପାରେନା
ତଥାପି ତୁଣ୍ଡରେ ତାଲା ପକେଇ ରହିଯାଏ
ତଥାପି ମୁଣ୍ଡରେ ବରଫ ଝୁଲେଇ ଦେଖୁଥାଏ
ଗାଳି କୁ ଫୁଲମାଳି ମାନି ନେଇଛି
ଗୁଲଜକୁ କରତାଳି ବାଛି ନେଇଛି
ଗୁଞ୍ଜନକୁ ଗଳାମାଳି ବାଛି ସାରିଛି
ଜିତିବାର ଗୌରବ ମୁଣ୍ଢେଇବାର ନାହିଁ
ହାରିବାର ଅପମାନ ସହିବାର ନାହିଁ
ଡରିବାର ନାହିଁ କି
ଡରେଇବାର ନାହିଁ
ସ୍ଥିତପଜ୍ଞ ମୌନ ତପସ୍ଵୀ ପରି
ଅଭିଜ୍ଞ ସୁରୀଙ୍କ ପଦାଙ୍କ ଅନୁସରୀ
ବାହି ଚାଲିଛି ଜୀବନ ଜଞ୍ଜାଳ ତରୀ
ଚୁପ୍ ଚାପ୍ ଚୁପ୍ ଚାପ୍
କାରଣ ବୁଝି ପାରିଛି
ଶବ୍ଦ ବ୍ୟୁପତ୍ତି ହିଁ ଶାନ୍ତି-ଅଶାନ୍ତି ।
