STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସ୍ୱରୁ ସର୍ବତ୍ର

ସ୍ୱରୁ ସର୍ବତ୍ର

1 min
11

କବିତା - ସ୍ୱରୁ ସର୍ବତ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୨୪-୦୭-୨୦୨୬
+++++++++++++++++
କହରେ କାଳିଆ
 କହରେ ଛଳିଆ
 ନୀତି ନିୟମରେ
କାହିଁ ଫରକ କରିଛୁ
ବୁଝେଇ ଦେରେ ନୀଳାଚଳିଆ
ମୋ ପାଇଁ ଅଲଗା
ତୋ ପାଇଁ ଅଲଗା
ଜଳଜଳ ଦିଶୁଅଛି କାହିଁ ବଡ଼ଦାଣ୍ଡିଆ

 ତୁ ଯାଇ ଫେରିବୁ
ମାଉସି ଘରୁ ବାହୁଡିବୁ
ମୁଁ କାହିଁ ଫେରି ପାରିବିନି
ମୁଁ କାହିଁ ବାହୁଡ଼ି ପାରିବିନି
ଏତିକି ଅନ୍ତର ମାତ୍ର....

 ମୋ ଜୀବନ ଯିବା ପୂର୍ବରୁ
ତୋ କରୁଣା ଦୟଣାରେ ଭରୁ
ତୋ ଭାବନା ତୁଳସୀରେ ପୁରୁ
ମୋ ମିଛମାୟା ଜୀବନ ପାତ୍ର

 ଆଜି ତୋର ପବିତ୍ର ବାହୁଡା ଯାତ୍ରା
ମାଗୁଛି ଶରଣ ଆହେ ମହାରାଣ
 ଆଣ୍ଢେଇ କରି ବେନିକର ଯୋଡି ଏକତ୍ର
 ମୋର ବକ୍ରତୁଣ୍ଡ ମୋର ଗଣ୍ଡିମୁଣ୍ଡ ଦେହଗାତ୍ର
 ଜୟ ଜଗନ୍ନାଥ ସ୍ଵରୁ ହରିବୋଲ ଝରୁ ସର୍ବତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy