STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଭୂଲିବା ଭଲ

ଭୂଲିବା ଭଲ

1 min
12

କବିତା - ଭୂଲିବା ଭଲ
 ରଚନା - ପଞ୍ଚାନନ ଜେନା
 ତାରିଖ -୨୦-୦୭-୨୦୨୬
++++++++++++++++
 କାହାର କଥା ଯଦି ଦିଏ ବ୍ୟଥା
ଆଉ ସେ ବ୍ୟଥା ଯଦି ଘୁରାଏ ମଥା
ସେ କଥାକୁ ଭୂଲିବା ହିଁ ଭଲ
ସେ କଥାରେ ମୁଣ୍ଡ ନ ପୁରେଇବା ଭଲ

 କାହାର ସ୍କୃତି ଯଦି ଦିଏ ବିସ୍କୃତି
ଆଉ ସେ ବିସ୍କୃତି ଯଦି କଷ୍ଟ ପରିଣତି
ସେ ସ୍କୃତି ବିଜଡ଼ିତ ଚିନ୍ତା ଚୈତାଳିକୁ
ମନ ସିଲଟରୁ ପୋଛିଦେବା ହିଁ ଭଲ

 ଅତି ଆପଣାର ଯଦି ଲାଗେ ପର ଇତର
ଆଉ ସେ ଆପଣାର ଯଦି ଲାଗେ ଫେଞ୍ଚୁଆ ଟାଉଟର
 ସେ ଆପଣା ପଣ ନ ଲୋଡିବା ଭଲ
 ସେ ନାଟକୀୟତା ବନ୍ଦ କରିବା ଆହୁରି ଭଲ

 ସୁଖ ଯଦି ଦେଲା ଭୀଷଣ ଦୁଃଖ
ଆଉ ସେ ଦୁଃଖ ଯଦି ଆଣିଲା ଅସହ୍ୟ ଶୋକ
ସେ ସୁଖର ଠିକଣା ଭୂଲିବା ହିଁ ଭଲ
 ସୁଖ ହିଁ ଅଳିକ ଭାବିନେବା ହିଁ ସର୍ବାଦୌ ଭଲ

 ଅମୃତ ଯଦି ନେଲା ପରାଣ
ସେ ପରାଣ ଯଦି ପୁଣି ଅକାରଣ
ସେ ଅମୃତ ନ ପିଇବା ହିଁ ଭଲ
 ସେ ବିଷକୁମ୍ଭ ଅମୃତ ମୁଖମ୍ ନ ଚାଖିବା ଭଲ

 ଦୀପ ଯଦି ଆଣେ ଅଗ୍ନୀ ସ୍ଫୁଲିଙ୍ଗ
 ଆଉ ସେ ସ୍ଫୁଲିଙ୍ଗରେ ଯଦି ଅଗ୍ନୀର ତାଣ୍ଡବ
 ସେ ଦୀପକୁ ଲିଭିଦେବା ହିଁ ଭଲ
ସେ ଦୀପତଳ ଅନ୍ଧାର ବୋଲି ଭାବିନେବା ଭଲ

 ପ୍ରେମ ଯଦି ଆଣେ ପ୍ରତାରଣା
 ଆଉ ସେ ପ୍ରତାରଣା ଯଦି ବଢ଼ାଏ ଯନ୍ତ୍ରଣା
ସେ ପ୍ରେମକୁ ଦୂରରୁ ଜୁହାର କରିବା ଭଲ
ସେ ଦଗାଦିଆ ପ୍ରେମ-ଫ୍ରେମ ଠୁଁ ଅପସରି ଯିବା ହିଁ ଭଲ

 କଥା ଯଦି ଶେଷ କଳିରେ
କଳି ପାଇଁ ଯଦି ବଳିପଡ଼େ ମଣିଷରେ
ସେ କଥା ସେ କଳି ସେ ଗଳି ଅର୍ଗଳି
ପାଦ ନ ପକେଇବା ଭଲ
ସେ କଥା କାନରେ ନ ପୂରେଇବା ହିଁ ଭଲ

 ରାସ୍ତା ଯଦି ଆଣେ ଦୁର୍ଘଟଣା
 ସେ ଦୁର୍ଘଟଣା ଯଦି ଆଣେ ମରଣ ଠିକଣା
ସେ ରାସ୍ତାରେ ନ ଯିବା ହିଁ ଭଲ
ସେ ରାସ୍ତା ବାଆଁରେଇ ଅନ୍ୟପନ୍ଥା ଆପଣେଇବା
ସର୍ବାଦୌ ସର୍ବାନ୍ତକରଣେ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational