ବିଚଳିତ ମନ
ବିଚଳିତ ମନ
ବିଚଳିତ ମନ ଯହୁଁ ବୁଦ୍ଧି ଦିଶୁ ନାହିଁ,
ବହୁ ଅଛି ଅଶ୍ରୁ ଧାର ସୀମା ତାରକାହିଁ,
ଦେଖ ଠାକୁର ହେ !
ବହୁଦିନ ହେଲା ତୋତେ ଦେଖି ନାହିଁନେତ୍ର,
କମ୍ପୁ ଅଛି ଦେହ ସାରା ରୋଗରେ ଗ୍ରସିତ,
ଚକାନୟନ ହେ !
ଯନ୍ତ୍ରଣା ପ୍ରବଳ ପ୍ରଭୁ ସହି ପାରୁ ନାହିଁ,
ତୋହରି ଶ୍ରୀମୁଖ ନେତ୍ରେ ଦେଖୁ ଥିବି ମୁହିଁ,
ଶ୍ୟାମ ସୁନ୍ଦର ହେ !
ରଥ ଯାତ୍ରା ଯିବି ପ୍ରଭୁ ଭାବି ଥିଲି ମୁହିଁ,
ବୃଦ୍ଧ ଏ ବୟସ ନାଥ ଶକ୍ତି ପାଉ ନାହିଁ
ମୁରଲୀଧର ହେ !
ଅଟୁ ତୁ ଆରାଧ୍ୟ ମୋର କାଳିଆ ଠାକୁର,
ସର୍ବାଙ୍ଗରେ ନାମ ତୋର ଗୁଞ୍ଜୁ ନିରନ୍ତର,
କଳା ଠାକୁର ହେ !
ସଦା ମୁଖେ କୃଷ୍ଣ ନାମ ଭଜୁ ରାମ ନାମ,
କାଳିଆ କାଳିଆ ନାମ ଗୁଞ୍ଜୁ ଦାରୁବ୍ରହ୍ମ,
ତୁ ଚକ୍ରଧର ହେ !
ନେତ୍ର ଦେଖୁ ଥାଉ ତୋତେ ପ୍ରାଣ ଥିବା ଯାଏ,
ଗଲେ ଛାଡି ପ୍ରାଣ ସ୍ଥାନ ବୈକୁଣ୍ଠରେ ପାଏ ,
କରୁଣାକର ହେ !!
