STORYMIRROR

Gyanaranjan Pradhan

Romance Tragedy

3  

Gyanaranjan Pradhan

Romance Tragedy

ସ୍ମୃତି ରୁ ଫର୍ଦ୍ଦେ

ସ୍ମୃତି ରୁ ଫର୍ଦ୍ଦେ

1 min
14

କବିତା ପାଇଁକି ଶବ୍ଦ ଯୋଡୁ ଯୋଡୁ

ଲେଖା ହୁଏ ତୋର ନାଁ,

ଯେତେ ମୁଁ ଚାହିଁଲେ ଭୁଲି ତ ପାରୁନି

ପ୍ରିୟା ତୋର ସେହି ଗାଁ।

ତୋ ଗାଁ ନଦୀ କୂଳ, ଆମ୍ବ ତୋଟା ମାଳ,

ବିଦ୍ୟାଳୟ ଖେଳ ପଡିଆ,

ଚାହିଁ ବି ଆଜି ମୁଁ ଭୁଲାଇ ପାରୁନି

ହାତ ଠାରି ଡାକେ ଆ।

କାହିଁକି କେଜାଣି ବାରମ୍ବାର ମନ

ଖୋଜେ ସେ ପୁରୁଣା ଦିନ,

ଫେରିବକି କେବେ ଆଉ ଥରେ ସାଥି

ଆମର ସେ ପିଲାଦିନ।

ସାଥେ ଚାଲିବାକୁ କଥା ଦେଇଥିଲୁ

ମନ୍ଦିର ବେଢ଼ା ରେ ବସି

ବଧୂ ସାଜି ମୋର ଘରକୁ ଆସିବୁ

ରୂପା ପାଲିଙ୍କି ରେ ବସି।

ବୈଶାଖ ରାତିରେ, ଯୌବନ ତାତି ରେ

ଯେବେ ଜଳୁଥିଲା ଦେହ ମନ

ବାଲୁକା ଶଯ୍ୟାରେ ନଦୀର ପଠାରେ 

ମିଶିଥିଲା ଦୁଇ ମନ।

କେମିତି ରେ ସାଥି ଆଉ କା ସିନ୍ଦୂର

ପିନ୍ଧିଲୁ ସିନ୍ଥି ରେ ତୋର ?

ସଂସାର ଗଢ଼ିଲୁ ଆଉ କା ସାଥିରେ

କରିଦେଇ ସାତ ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance