STORYMIRROR

Gyanaranjan Pradhan

Inspirational

4  

Gyanaranjan Pradhan

Inspirational

ଜୟ ମା ଭାରତୀ

ଜୟ ମା ଭାରତୀ

1 min
47

ବଜା ରେ ବାଇଦ ବଜା

କେଶରିଆ, ଧଳା, ସବୁଜ ରଙ୍ଗରେ

ମୋ ରାଇଜ ଆଜି ସଜା।

କାନ୍ଧ ସହ କାନ୍ଧ ମିଶେଇ ଚାଲିବା

ଥରାଇ ଶତ୍ରୁର ଛାତି,

ଭାରତୀୟ ହୋଇ ସଭିଏଁ ରହିବା

ଭୁଲି ଛୋଟ ବଡ଼ ଜାତି।

ଜ୍ଞାନ, ବିଜ୍ଞାନ, ଅର୍ଥ ଓ ଶକ୍ତି ରେ

ହେବା ଆତ୍ମ ନିର୍ଭର,

ଶାନ୍ତି, ମୈତ୍ରୀ ରେ ବିଶ୍ୱକୁ ଯୋଡିବା

ହୋଇ ଏକ ପରିବାର।

ଶତ୍ରୁ ପାଇଁ ଆମେ ସଙ୍ଗୀନ ଗଢ଼ିଛୁ

ମିତ୍ର ପାଇଁ ଖାଦ୍ୟ ଶସ୍ୟ ଫଳାଇଛୁ

ଯୋଗ ରୁ ବିଜ୍ଞାନ ବିଶ୍ୱକୁ ଦେଇକି

ମାନବ କଲ୍ୟାଣ ବାର୍ତ୍ତା ସୁଣାଇଛୁ।

ଆଜି

ଅଠସ୍ତରି ବର୍ଷ ସ୍ଵାଧୀନ ବୟସେ

ଭାରତ ପାଦ ଥୋଇଛି,

ଗଗନ କୁ ଚୁମ୍ବି ତ୍ରିରଙ୍ଗା ପତାକା

ଫର୍ ଫର୍ ହୋଇ ଉଡୁଛି।

ମୁଁ ସ୍ଵାଧୀନ, ମୋ ଦେଶ ସ୍ଵାଧୀନ

ଗର୍ବେ ଫୁଲୁଛି ଛାତି,

ସବୁ ଭାରତୀୟ ଆମେ ତା ସନ୍ତାନ

ସେ ଆମ ମାଆ ଭାରତୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational