STORYMIRROR

Gyanaranjan Pradhan

Romance

4  

Gyanaranjan Pradhan

Romance

ମୁହୂର୍ତ୍ତ ଟିଏ

ମୁହୂର୍ତ୍ତ ଟିଏ

1 min
8

ତମେ ଅଛ ମୁଁ ଅଛି ଆଉ ଏ ଅନ୍ଧାର ରାତି,

ଅମାନିଆ ବର୍ଷା ବାହାରେ ପଡୁଛି,

 ଭିତରେ ଥରୁଛି ଛାତି ।


 ଦେହରେ ମନରେ ଅଗ୍ନିର ବରଷା

 ବାହାରେ ବିଜୁଳି ତାତି,

ତମେ ମୋ ପାଖେ ମୁଁ ତୁମ ପାଖେ,

ପାଖାପାଖି ଆମେ ସାଥୀ ।


ଶିତଳ ପବନ ଛୁଇଁ ଏ ଜୌବନ,

ସିହରାଇ ଦେଇ ଯାଏ,

ଦୁଷ୍ଟାମି କରିବା ପାଇଁକି ହେ ସାଥି

କାନେ ଆସି କହୁଥାଏ l


ମନ ମିଶିଥିଲା, ପ୍ରାଣ ମିଶିଥିଲା, 

ଶରୀର ବି ମିଶୀଯିବ,

ଏକାଠି ହୋଇବା ଯନ୍ମାନ୍ତର ପାଇଁ, 

ଏଇ ବର୍ଷା ସାଖି ଥିବ ।


Rate this content
Log in

Similar oriya poem from Romance