Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Romance

4  

Umashankar Satpathy

Romance

ଶୂନ ରାତିର ତାତି

ଶୂନ ରାତିର ତାତି

1 min
485


ଏମିତି ଜାବୁଡ଼ି ଧରନ୍ତ କି ମତେ

ଦେହ ମୋ ଯାଆନ୍ତା ଥରି

କସ୍ତୁରୀ ସରି ମୋ ଦେହ ବାସନ୍ତା 

ତୁମ ଦେହ ବାସ୍ନା ପରି ।


ଏମିତି ମୁକୁଳା ରଖନ୍ତି କି କେଶ

ଅନ୍ଧାରେ ଲୁଚନ୍ତି ଥରେ

ଆକାଶରେ ତାରା ଯେମିତି ଦିଶନ୍ତି

ପୂର୍ଣ୍ଣ ଗ୍ରାସ ପରାଗରେ ।


ଏମିତି ଓଠକୁ କାମୁଡି ଦିଅନ୍ତ

ସେ ରଙ୍ଗ ଯାଆନ୍ତା ଲାଖି

ଓଠ ତୁମ ଦେଖି ଆଇନା ହସନ୍ତା

ଲାଜରେ ବୁଜନ୍ତ ଆଖି ।


ତର୍ଜନି ନଖରେ ଗାରେଇ ପକାନ୍ତ

ଛାତିରେ କାଗଜ ଭାବି

ଜଙ୍ଗଲର ରାଜା ଚମକି ଉଠନ୍ତେ

ପକ୍ଷୀଏ ଦିଅନ୍ତେ ରାବି ।


ଏମିତି ପାଦରେ ଛନ୍ଦି ଦିଅନ୍ତ କି

ଉଷ୍ଣପ୍ରସବଣ ତାତି

ଲୋମକୂପ ସବୁ ଶିହରୀ ଉଠନ୍ତେ

ପ୍ରଣୟେ ଯାଆନ୍ତେ ମାତି ।


ଏମିତି ସପନ ଦେଖନ୍ତୁ ପ୍ରେମୀଏ

ଆସନ୍ନ ଏ ଶୂନ ରାତି

ନୂଆ ବରଷରେ ଏତିକି କାମନା

ମିଳନ୍ତୁ ଖୋଜିଲା ସାଥୀ ।


Rate this content
Log in

Similar oriya poem from Romance