STORYMIRROR

Trushna Das

Abstract Romance Others

4  

Trushna Das

Abstract Romance Others

ପ୍ରେମର ଅର୍ଥ

ପ୍ରେମର ଅର୍ଥ

1 min
309

ପ୍ରେମର ଅର୍ଥ 

ଅନେକ ପ୍ରକାରର 

ବୁଝିବା ପାଇଁ ହୃଦୟଟିଏ ଦରକାର

ସମସ୍ତଙ୍କ ପାଇଁ ଏହା ଭିନ୍ନ ଭିନ୍ନ।


ପ୍ରେମ ମାନେ ନୁହେଁ 

କେବଳ ପ୍ରାପ୍ତି ଯେ

ବିଚ୍ଛେଦ ବି ଥାଏ ପ୍ରେମ ରେ

ଆଉ ମିଳନ ବି ଥାଏ।


ଦୁଇ ତନୁର ମିଳନକୁ

କହି ହୁଏ ନାହିଁ ପ୍ରେମ ବୋଲି 

ଦୁଇ ତନୁ ମିଶି ଆଣନ୍ତି ଆଉ ଗୋଟିଏ ତନୁକୁ 

ଏହା ହୋଇ ଥାଏ ପ୍ରେମ ବିନା ବି ।


ସବୁ ସମ୍ପର୍କରେ ଯେ

ପ୍ରେମ ଥାଏ ବୋଲି କହି ହୁଏ ନାହିଁ 

କିଛି ବାଧ୍ୟତାର ପରିଣତି ଯେ

ଇଚ୍ଛା ନ ଥାଇ ମଧ୍ୟ ସମ୍ପର୍କରେ ରହିବାକୁ ପଡଇ ।


ପ୍ରେମ ଏମିତି ଏକ ଭାବନା

ଯାହା ଗଢି ଉଠେ ଦୁଇ ଏକା ପରି ହୃଦୟରେ 

ସମ୍ପର୍କ ଥାଉ କି ନ ଥାଉ ସେଥିରେ ନ ଥାଏ କିଛି ପରା

ଏହା ଗଢି ଉଠେ ଦୁଇ ମନର ମିଳନରେ ।


ପ୍ରେମର ଅର୍ଥ ନୁହେଁ 

କେବଳ ଯେ କାମନା ଓ ବାସନା

ପ୍ରେମ ଯେ ଏକ ପବିତ୍ର ସମ୍ପର୍କଟିଏ

ବିନା କାମନା ଓ ବାସନାରେ ବି ପ୍ରେମ ହୁଏ ଜାଗୃତ ପରା।


ପ୍ରେମ ର ଅର୍ଥ 

ମନ ଓ ହୃଦୟ ର ମିଳନ 

ଚାହେଁ ତନୁ ର ମିଳନ ହେଉ କି ନ ହେଉ 

ହୃଦୟରେ ପରସ୍ପର ପ୍ରତି ଆଦର ଥାଉ।


ପ୍ରେମର ଅର୍ଥ ନୁହେଁ 

ଖାଲି ଏକାଠି ରହିବା

ପ୍ରେମର ମାନେ ହେଉଛି ଯେ

ଯେଉଁଠି ବି ରହିବା ପରସ୍ପର ପ୍ରତି ସମ୍ବେଦନଶୀଳ ରହି କରିବା ଶୁଭକାମନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract