ମୋ ସେଫାଳୀ"ଝରକା ର ଆରପଟେ
ମୋ ସେଫାଳୀ"ଝରକା ର ଆରପଟେ
ଝରକାରେ ଆରପଟେ-
ଏ ତ ମୋ ସେଫାଳୀ
ଦିଗ୍ ବିଦିଗ ପ୍ରକମ୍ପିତ ତାର ନିଃଶ୍ୱାସ
ତ ଗଙ୍ଗ ଶିଉଳୀ ର ବାସ
ମନ ମୋହି ନିଏ ନିଜ ଅଜଣାତେ
ହଜିଯାଏ ଭୋକ ଶୋଷ।
ଏ ତ ଗଙ୍ଗ ଶିଉଳୀ ର ବାସ
ରାତ୍ରୀରରାଣୀସେ ବିଭାବରୀକୋଳେ
ବିଛାଏ ବାସର ଶେଯ,
ବାସି ବାସଶେଯେ ନିଜକୁ ଲୋଟାଇ
ଲଭେ କୋଟି ପାଦ ରଜ।
ଏ ତ ଗଙ୍ଗ ଶିଉଳୀ ର ବାସ
ଦୂର ଦିଗବଳୟୁ ମନ୍ଦ୍ର ସମୀର
ଚଢି ଘୋଡ଼ା ପକ୍ଷୀ ରାଜ,
ଆସେ ଅବତରି ଏ ଧରା ଧାମକୁ
କରିବାକୁ ପ୍ରିତି ରାସ।
ଏ ତ ଗଙ୍ଗ ଶିଉଳୀ ର ବାସ
ଶରଦ ରୁତୁ ର ଶିଶିର ବିନ୍ଦୁ ରେ
ସିକ୍ତ ତା ଲାବଣ୍ୟ ମୁଖ,
ଲାସ୍ୟମୟୀଲାଜେ ଭୁମିରେଲୋଟଇ
ଛାଡି ପ୍ରିୟ ବାହୁ ବନ୍ଧ।
ଏ ତ ଗଙ୍ଗ ଶିଉଳୀ ର ବାସ
ଅଭିସାରିକା ସେ ଅଭିମାନୀନି ବି
ଉଷା ପରେ ଅଭିଯୋଗ,
ସାରା ଜାମିନୀ ସେ ସୁଗନ୍ଧିତ କରି
ଭୋଗେ ଖାଲି ଲୋକେ ହାସ୍ୟ।
ଏ ତ ଗଙ୍ଗ ଶିଉଳୀ ର ବାସ
ତୁଳି ତଳ୍ପ ଶଯ୍ୟା ପ୍ରିୟତମ ପାଇଁ
ସଜାଡି ଅପେକ୍ଷା ରତ,
ପ୍ରେମ ସ୍ନିଗ୍ଧତାରେ ଭିଜିବା ପୂର୍ବରୁ
ଉଷା ଆସି ଉପଗତ।
ଏ ତ ଗଙ୍ଗ ଶିଉଳୀ ର ବାସ
କୋଟିକୋଟିପ୍ରେମି ଭିଜନ୍ତି ବାସ୍ନାରେ
ଦୀର୍ଘ ରାତ୍ରି ହୁଏ ହ୍ରସ୍ଵ,
ଝରା ଶେଫାଳୀ ସେ ଝରି କହିଯାଏ
ମୋ ଜୀବନ ଅଳ୍ପାୟୁଷ।
ଏ ତ ଗଙ୍ଗ ଶିଉଳୀର ବାସ
ବାତାୟନ ପଥେ କିଏ କହିଯାଏ
ଥରେ ଛୁଅଁ ତୁମ ହାତ
ଏ ମୋ ପ୍ରିୟ ଶେଫାଳୀ ର ବାସ
ଏ ମୋ ଗଙ୍ଗ ଶିଉଳୀ ର ବାସ ।