STORYMIRROR

Chinmaya Kumar Nayak

Abstract Romance

4  

Chinmaya Kumar Nayak

Abstract Romance

ଉପହାର

ଉପହାର

1 min
352

ମୁଁ ଚାହେଁନା ତୁମଠାରୁ କେବେ

କେଉଁ ଧନ କି ପଦାର୍ଥ,

ଲୋଡ଼ା ନାହିଁ କିଛି ଅକ୍ଷତ ପ୍ରତିଜ୍ଞା

କିମ୍ବା କିଛି ଖାଣ୍ଟି ମିଛ ସର୍ତ୍ତ। 


ବହୁବାର ଦେଇଛ ତୁମେ

କରିବିନି କେବେ ଅସ୍ବୀକାର,

କିନ୍ତୁ ଯାହା ବି ପାଇଛି ତାହା

ମୋର ନୁହେଁ ତୁମ ପସନ୍ଦର। 


ନଥିଲା କି ନାହିଁ କେବେ ମନେ

କିଛି ପାଇବାର ସୁପ୍ତ ଅଭିଳାଷ,

ତୁମେ କିନ୍ତୁ ଯାଚି ଦିଅ ମେଣ୍ଟାଇବାକୁ

ତୁମ ଅସୁରକ୍ଷିତ ଭାବନାର ସନ୍ଦିଗ୍ଧ ପରାସ। 


ଅବଶ୍ୟ ସଦା ଚେଷ୍ଟିତ ତୁମେ 

ମୋ ଓଠରେ ଦେଖିବାକୁ ହସ,

ମୋତେ ଜିତିବାର ପ୍ରଚେଷ୍ଠାରେ କିନ୍ତୁ

ତୁମେ ହାରୁଥାଅ ଓ ମୁଁ ନିରାଶ।


ତଥାପି ମୁଁ ହସୁଥାଏ ପାଇ ତୁମ

ଉତ୍ସାହୀ ଉପହାର ଯେତେ,

ତା ଭିତରେ ଖୋଜୁଥାଏ ତୁମକୁ ଅନେକ

ତୁମେ ମୋର ଦୁରେ ଥାଅ ଯେତେ। 


ବେଳେବେଳେ ଲାଗେ କାହିଁ

ଉପହାର ସମ୍ପର୍କରେ ଗଣ୍ଠିଟିଏ ସତ

କିନ୍ତୁ କିନ୍ତୁ ତା' ଠାରୁ ଅଧିକ ମୋ ପାଇଁ

ସେ ନିଜେ ଓ ମୋ ନିକଟେ ତାର ଅସ୍ତିତ୍ୱ। 


ଯଦି କେବେ ପଚାରିବ ମୋତେ

କି ପ୍ରକାର ଲୋଡ଼ା ଉପହାର

ମୁଁ କହିବି ତୁମେ ଓ କେବଳ ତୁମେ'ର

ଏକ ମୁକ୍ତକଣ୍ଠ ଓ ଦୃଢ଼ ଅଙ୍ଗୀକାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract