STORYMIRROR

Jasoda Majhi

Romance

4  

Jasoda Majhi

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
274

ଜାଣି ନ ଥିଲି ମୁଁ

   ଭାବି ନ ଥିଲି...

ପ୍ରଥମ ଦେଖାରୁ ପ୍ରେମ ହେବ ବୋଲି।


ଅନ୍ୟ ମନସ୍କରେ 

  ଚାଲୁଥିବା ବେଳେ

ଝୁଣ୍ଟି ପଡ଼ିଲି ମୁଁ ତମ ପାଦ ତଳେ।


ବ୍ୟସ୍ତ ବ୍ୟସ୍ତତାରେ

  ମତେ ଉଠେଇ କି,

ସେଠୁ ଚାଲିଗଲ ବିନା ଅନେଇକି।


ଅଦେଖାର ତମ

 ସେଇ ଚାହାଣୀ

ଭାବି ଭାବି ମତେ ନିଦ ହେଲାନି।


ଦ୍ଵିତୀୟ ଦିନର

 ପୁଣି ସାକ୍ଷାତ

ହୃଦୟକୁ ମୋର କଲା ବିକ୍ଷତ।


 ଭାବୁଥିଲି ଖୋଲି

  କହିବି ବୋଲି

ପାଖକୁ ଯାଇକି ଲାଜେଇ ଗଲି।

 

 ପ୍ରକାଶ କରିଲ 

   ତୁମ ପ୍ରଣୟ

ଭାବିଲେ ଶୀତେଇ ଯାଏ ମୋ ଦେହ।


 ତୁମ ପାଇଁ ମତେ

   ଗଢିଛି ବିହି

ବିତିଯିବ ଦିନ ତମକୁ ଚାହିଁ।


ଥିବା ଯାଏ ମୋର

   ଶେଷ ନିଃଶ୍ୱାସ

ତମ ଉପରେ ମୋ ଥିବ ବିଶ୍ୱାସ।


କରିବନି ସାଥୀ

  ମତେ କେବେ ପର

ମୁଁ ସିନା ଶରୀର ପ୍ରାଣ ତୁମେ ମୋର।


ପ୍ରାଣ ବିନା ଦେହ

  ତିଷ୍ଠି ପାରେ ନାହିଁ

ପ୍ରେମ ବିନା ଜୀବ ବଞ୍ଚିପାରେ ନାହିଁ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance