STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବ୍ୟକ୍ତିତ୍ଵର କ୍ଲେଶ

ବ୍ୟକ୍ତିତ୍ଵର କ୍ଲେଶ

1 min
12

ପଣ ପଣ ରାଣ ଭାଙ୍ଗୁଛି ପ୍ରତିକ୍ଷଣ

ପଣକିଆ ପରି ଘୋଷୁଛି କ୍ଷଣ କ୍ଷଣ

କ୍ଷଣ ଭଙ୍ଗୁର ଜୀବନ 

ଭୀଷ୍ମ ପ୍ରତିଜ୍ଞା ବି ଆଜି ସନ୍ଦିହାନ

 ବଡ଼ ବଡ ବଡ଼ପଣ୍ଡାମାନେ

ମହାପ୍ରସାଦ ଖାଇ

ଗଙ୍ଗାଜଳ ପାଇ

ଭୂଲି ଯାଆନ୍ତି

 ରାଣ ପଛର ରହସ୍ୟ

ପଣ ପଛର ପ୍ରେରଣା

କହିବା କାହାକୁ

ସବୁ ପରା ମିଛ ହୁନିଆର ଭିଆଣ 

ପଣ ଭାଙ୍ଗିବାକୁ ଫଣଫଣ ଭଣଭଣ


ଯେମିତି

ଶେଷଥର ଶୋଷି ନେବି

ଛାଡିଦେବି ସାପ ବିଡ଼ି 

ଶେଷଥର ଟାଣି ଦେବି

ଛାଡିଦେବି ଉଇଲସ୍‌ ଫ୍ଲାକ୍ ଗାରେଟ୍

ଶେଷଥର ଘଷିଦେବି

ଛାଡିଦେବି ସମଲେଶ୍ଵରୀ ଗୁଡ଼ାଖୁ 

ଶେଷଥର ଢୋକି ଦେବି

ଛାଡିଦେବି ଦେଶୀ ବିଦେଶୀ ମଦିରା

ଶେଷଥର ନାଚି ଦେବି

ଛାଡିଦେବି ଡିଜେ ଆଗରେ ନାଗିନ୍‌ ନାଚ

ଶେଷଥର ପେଟଭର୍ତ୍ତି ଖାଇନେବି

ମାଛ ମାଉଁସ ଚିକେନ୍‌ ବିରିୟାନି

କାଲିର ସୁର୍ଯ୍ୟୋଦୟ 

ଦେଖିବ ଅଭ୍ୟୁଦୟ

ପାଇବ ଭିନ୍ନ ଜଣେ ଭାରତୀୟ


ଶହେରୁ ଜଣେ ମାନୁଥିବ

କାହାଣେ କାହାଣେ ଦୁର୍ବଳ ଦର୍ପଧାରୀ

ନୂଆବର୍ଷ ଜିରୋ ନାଇଟ୍ ରେ 

ଜନ୍ମଦିନର ଭୋରି ଭୋଜନ ପରେ ପରେ

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଭାଟକାରୀ


ଦୁର୍ବଳ ଚିନ୍ତାକଳ୍ପ ମାତ୍ର

ଇଚ୍ଛା ପ୍ରବଳ 

ଚପଳ ଦୃଷ୍ଟିକୋଣ ମାତ୍ର

ଆଶା ଦୁର୍ବଳ

ତରଳ ବାକ୍ୟ ବିନୋଦନ ମାତ୍ର

ସଂକଳ୍ପ ର୍ନିବଳ


ସବୁ ବ୍ୟକ୍ତିର ଦୋଷ ନୁହଁ

ବ୍ୟକ୍ତିତ୍ଵର କ୍ଲେଶ

ମିଛ ଫୁଟାଣିର କଷଟି ନୁହଁ

ନବ କଳେବର ଦୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy