STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଅନେକ କାହାଣୀ

ଅନେକ କାହାଣୀ

1 min
198

କବିତା - ଅନେକ କାହାଣୀ

ରଚନା - ପଞ୍ଚାନନ ଜେନା

ତାରିଖ -୧୨-୧୧-୨୦୨୪


ଆମ ଭିତରେ ଅନେକ ଘଟିତ କାହାଣୀ

କଡ଼ ଲେଉଟୁଥାଏ ଗଡୁଥାଏ

ବୟସ ସହିତ ବଢୁଥାଏ

କାହାଣୀବି ଲମ୍ବୁଥାଏ ଡଙ୍କଉଥାଏ

ମାୟାବିନୀ ରାକ୍ଷସୀ ପରି

ଡେଇଁ ଆବୁଡ଼ା ଖାବୁଡ଼ା ପଥ ଉଜାଣି


ଆମ ଭିତରେ ଅନେକ ଅକଥିତ ଗପ

ଦାନା ବାନ୍ଧିଥାଏ 

ବାୟାବସା ବୁଣିଥାଏ

ଜୀବନର ଚଲାପଥରେ 

କେଉଁ ମୁହୁର୍ତ୍ତରେ କେଉଁ ସ୍ଥାନରେ

ମନ ମର୍ମରେ ଛପା ହେଇଥାଏ


ସମ୍ମାନ ଅପମାନର କାହାଣୀ

ଭିତରେ ଆତ୍ମଗୋପନ କରିଥିବ

ଛୋଟ ବଡ ଅନେକ ଅଣୁ ଫୁଟାଣି


ସଂଘର୍ଷ ସଂଘାତର ଲୋମଟାଙ୍କୁରା ବାଣୀ

ଭିତରେ କୁଣ୍ଡଳି ମାରି ଶୋଇଥିବ

ହାରିବା ଜିତିବାର ଗୌରବମୟ ଠାଣୀ


ଛୋଟ ଛୋଟ ଖୁସିର ମୁହୁର୍ତ୍ତ ଭିତରେ

ଲୁଚିଥିବ ଅଶ୍ରୁ ବିଜଡିତ ଅନ୍ତଃର୍ବେଦନା

ବଡ଼ ବଡ଼ ପର୍ବ ପର୍ବାଣୀ ମଧ୍ୟରେ 

ପିଇବାକୁ ପଡ଼ିଥିବ ରକ୍ତ କଣିକା ଅସନା


ସବୁ ସେହି ସମୟର ଝିମିଟି ଖେଳ

ସମସ୍ତଙ୍କୁ ମାୟା ବନ୍ଧନରେ

 ବାନ୍ଧିବାର ଦୁର୍ବାର ମେଳ

ତ୍ୟାଗ ତର୍ପଣ ଯେତେ ବି କରିଲେ

ଦୟା ଦକ୍ଷିଣା ଯେତେ ବି ବାଣ୍ଟିଲେ

ଠିକ୍ ବେଳକୁ ପିଇବାକୁ 

ପଡିବ ସମସ୍ୟା ହଳାହଳ


ସମସ୍ତେ ସମସ୍ୟା ଆସିଲେ

ପିଠି ଦେଖେଇ ଦେଇ ଉହରି ଯିବେ

କାତି ଦେଖେଇ ଦେଇ ବାହାରି ଯିବେ

କାମର ଆଳ ଦେଖେଇ ଲୁଚି ପଡିବେ

ଶହେରୁ ଦଶ ହିଁ ଛାତି ପତେଇ ବୁହାଏ ଝାଳ


ଏ ଗପ ଏ ଚାପ ଅନୁଭବୀ ହିଁ ଜାଣେ

ଏ କାହାଣୀ ଏ ଚାହାଁଣୀ

 ଭୋକ୍ତଭୋଗୀ ହିଁ ବଖାଣେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy