STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଅନ୍ତର ଖୋଜୁଛି ଆନ୍ତରିକତା

ଅନ୍ତର ଖୋଜୁଛି ଆନ୍ତରିକତା

1 min
7


କାନ୍ଦୁଅଛି ମନ ଗୁମୁରି ଗୁମୁରି

ଉଚ୍ଚରି ପାରୁନି ପାଟିରୁ କଥା

ଦିଶେ ଫିକା ଫିକା ମୁହଁ ସରସତା

ଅନ୍ତର ଖୋଜୁଛି ଆନ୍ତରିକତା ।

ସମ୍ବନ୍ଧ ସମ୍ପର୍କେ ନାହିଁ ସୁବିଶ୍ବାସ 

ଜୀବନରେ ଭରେ ହା ହୁତାଶ

ଝିମିଟି ଖେଳରୁ ହେଉଅଛି ଯୁଦ୍ଧ 

ମହାଭାରତ ଓ ଧ୍ବଂସ ବିନାଶ ।

ମମତା ଅଭାବ ଶିଶୁର ଶୈଶବ

ହେଉଛି ବାଧିତ ଅବହେଳିତ

ନିବେଶ ହେଉଛି ତନ ମନ ଧ୍ଯାନ

ରୋଜଗାର ହେଉ ପ୍ରଚୁର ଅର୍ଥ ।

ଜଳି ପୋଡିଯାଏ ଯୌବନ ନିଶାରେ

ଯଉଘରୁ ନାହିଁ ଗତି ନିସ୍ତାର

ଖୋଜିବୁଲେ ମୃଗ କସ୍ତୁରୀ ସୁବାସ

ଅକର୍ମା ଶିକ୍ଷିତ ବେରୋଜଗାର ।

ହେଉଛି ବିଟପୀ ବିବାହିତ ନାରୀ

ତେଜୁଅଛି କୁଳ ଧରମ ଲଜ୍ଜା 

ବଢୁଅଛି ପାପ ପତି ନିର୍ଯାତନା

ଅସହାୟ ଗୃହେ ବୃଦ୍ଧ ଓ ବୃଦ୍ଧା ।

ଖାଇଯାଏ ବାଡ ଖେତର ଫସଲ

ଲାଞ୍ଚଖୋର ବାବୁ ବଡ ବଡିଆ

ହୁଏ ଅପହଞ୍ଚ ବିଳମ୍ବିତ ନ୍ଯାୟ

ରାଜନୀତି ପେଞ୍ଚ ଅଜାଗା ଘାଆ ।

ବଢେ ବ୍ଯଭୀଚାର ଅସତ୍ଯ ଅନ୍ଯାୟ

ଭେଜାଲ ଦୂଷଣ କଳାବଜାର 

ଥନ୍ତଲ ପେଟୁଆ କରେ ଅବ୍ଯାପାର 

ଗଢେ ବହୁତଳ ପୁଞ୍ଜି ଦଲାଲ ।

ବଢେ କୃତ୍ରିମତା ମଣିଷ ସମାଜେ

ଯାଉଅଛି ହଜି ମାନବିକତା

ଯନ୍ତ୍ର କ୍ରିିତଦାସ ବିଚରା ମଣିଷ

ସ୍ଥିତି ଅସମ୍ଭାଳ ଢିଲା ବ୍ଯବସ୍ଥା ।

     



Rate this content
Log in

Similar oriya poem from Tragedy