STORYMIRROR

Ajit Kumar Raut

Action

3  

Ajit Kumar Raut

Action

ନିତ୍ୟେ ବନୁ ଅଛି ଇତିହାସ

ନିତ୍ୟେ ବନୁ ଅଛି ଇତିହାସ

1 min
249


କରୋନା ରୋଗଟି ଘାତକ ହିଁ ହେଲା


ପରୀକ୍ଷା ସ୍ଥଗିତ ହେଲା


ତୃତୀୟ ଲହରୀ କରୋନାର ପାଇଁ


ଅପୂର୍ବ ନିର୍ଣ୍ଣୟ ହେଲା।୧।


ଦେଶର ପ୍ରଧାନ କର୍ତ୍ତବ୍ୟରେ ନିଷ୍ଠା


ବୁଝାଇ କହିଲେ ସେହୁ


ଦେଶର ଭବିଷ୍ୟ ଛାତ୍ରଛାତ୍ରୀ ସର୍ବୈ


ମହତ୍ତ୍ୱପୂର୍ଣ୍ଣ ହିଁ ସେହୁ।୨।


ସିବିଏସ୍ ସି ର ପରୀକ୍ଷା ନ ହେଉ


ନିର୍ଣ୍ଣୟ କଲେ ପ୍ରଧାନ,


ଭବିଷ୍ୟତ ତାଙ୍କ ଖରାପ ନ ହେଉ


କରିବେ ହିଁ ସମାଧାନ।୩।


ନୂଆ ଇତିହାସ ବନୁ ଅଛି ନିତ୍ୟେ


କରୋନା ରୋଗର ପାଇଁ,


ପୁଣି ଥରେ ଏଠି ଇତିହାସ ଲେଖା


ହୋଇଲା ପରୀକ୍ଷା ପାଇଁ।୪।


କରୋନା ତାଣ୍ଡବ କମୁ ଅଛି ଧିରେ


ସମୟର ଚକ୍ର ଏହି,


ସୁରକ୍ଷା ରଖିବା କର୍ତ୍ତବ୍ୟ ହିଁ ଏବେ


କର୍ତ୍ତବ୍ୟ ପାଳନ ଏହି।୫।


ମହାମାରୀ ସଙ୍ଗେ ବଦଳେ ସମୟ


ସମୟ ହିଁ ଶକ୍ତିଶାଳୀ,


ପରିସ୍ଥିତି ଦେଖି କାର୍ଯ୍ୟ ହିଁ କରିବା


ଏହୁ ଅଟେ ବଳଶାଳୀ।୬।


କାଳଚକ୍ର ଏହି ଆତଙ୍କିତ କରେ


ସବୁ ହୁଏ ଛିନ୍ନଭିନ୍ନ,


ପ୍ରଭୁଙ୍କ କରୁଣା ଅପୂର୍ବ ଅଟଇ


ଇତିହାସ ହୁଏ ଭିନ୍ନ।୭।


ଯାହା କିଛି ହୁଏ ପବିତ୍ର ଧାମରେ


ମନୁଷ୍ୟ ନିମିତ୍ତ ମାତ୍ର,


ପ୍ରଭୁଙ୍କ ଇଚ୍ଛାରେ ସବୁ କିଛି ହୁଏ


ପରିବର୍ତ୍ତନ ହିଁ ମାତ୍ର।୮।


ସେହୁ ସୁଧାରକ ହେହୁ ନିର୍ଣ୍ଣାୟକ


ଜଗତ ଠାକୁର ହେହୁ,


ଇତିହାସ ଗଢିବା ନିର୍ଣ୍ଣୟ ତାଙ୍କର


ଜୀବନେ ସର୍ବୋଶ ସେହୁ।୯।


କରୋନା ରୋଗଟି ଘାତକ ହିଁ ହେଲା


ପରୀକ୍ଷା ସ୍ଥଗିତ ହେଲା,


ତୃତୀୟ ଲହରୀ କରୋନର ପାଇଁ


ଅପୂର୍ବ ନିର୍ଣ୍ଣୟ ହେଲା।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action