STORYMIRROR

Samar Ballav Bhoi

Abstract Action Others

3  

Samar Ballav Bhoi

Abstract Action Others

ମହେନ୍ଦ୍ରଗିରି ପର୍ବତ

ମହେନ୍ଦ୍ରଗିରି ପର୍ବତ

1 min
358


ଓଡ଼ିଶାର ଗଜପତି 

ଜିଲ୍ଲାର ପାରଳାଖେମୁଣ୍ଡି 

ଠାରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତ 

ଭୌଗୋଳିକ ଅବସ୍ଥିତି ଅତି ପରିଚିତ

ସମୁଦ୍ର ପତନଠାରୁ  

ଚାରି ହଜାର ନଅ ଶହ 

ଶତାନବେ ଫୁଟ ଉଚ୍ଚରେ ଅବସ୍ଥିତ

ମହାନଦୀ ଠାରୁ ଗୋଦାବରୀ 

ପର୍ଯ୍ୟନ୍ତ ପରିବ୍ୟାପ୍ତ

ମହେନ୍ଦ୍ରଗିରି "ମହେନ୍ଦ୍ର ଅଞ୍ଚଳ" 

ନାମେ ଖ୍ୟାତ।।


ପୁରାଣ ବର୍ଣ୍ଣିତ କଥାଚିତ୍ର 

ଅତ୍ୟନ୍ତ ବିଚିତ୍ର

ମହେନ୍ଦ୍ରଗିରି ପର୍ବତେ 

ପାଣ୍ଡବଙ୍କ ପ୍ରାଚୀନ 

ମନ୍ଦିର ବିଦିତ

ମାତା କୁନ୍ତୀଙ୍କ ସାଥେ 

ପଞ୍ଚୁପାଣ୍ଡବ କିଛିଦିନ ଅବସ୍ଥାନ 

କରିଥିଲେ ଏହି ପର୍ବତେ

ଏଠାରୁ ମହେନ୍ଦ୍ରତନୟା 

ଓ ଦୁଇ ଶାଖା ନଦୀର 

ହୋଇଛି ଉତ୍ପତ୍ତି

ଏହାର ଅନତୀ ଦୂରରେ 

ତପ୍ତପାଣି ଉଷ୍ଣପ୍ରସ୍ରବଣ

ହୋଇଛି ବିଦିତ।।


ଚିର ସବୁଜିମା ଅଟେ 

ସୁନ୍ଦର ବନାନୀ

ମହେନ୍ଦ୍ରଗିରି ପର୍ବତ

ପର୍ଯ୍ୟଟକ ମାନଙ୍କ 

ପାଇଁ ଅତ୍ୟନ୍ତ ଆଦୃତ

ଭାରି ମନଲୋଭା ତାର 

ପ୍ରାକୃତିକ ବେଶ

ଓଡ଼ିଶାର ଏହା ଉଚ୍ଚତମ ପର୍ବତ

ସେଥିପାଇଁ ମହେନ୍ଦ୍ରଗିରି 

ଅଟେ ଓଡ଼ିଶାର

ହିମାଳୟ ପର୍ବତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract