STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ସ୍ୱାର୍ଥପର ମୁଁ

ସ୍ୱାର୍ଥପର ମୁଁ

1 min
170


ଏ ଧରଣୀ ମାଟି ଦେଲା ଆଉ ଦେଲା ପାଣି, ପବନ

ସୁନ୍ଦର ଛଅଋତୁ ଦେଲା ଆଉ କେତେ ଉପବନ

ସର୍ବଶ୍ରେଷ୍ଠ ସୂର୍ଯ୍ୟାଲୋକ ଓ ଦେଲା ସକାଳ ସପନ

ପ୍ରକୃତିର ଅନୁଭବ ପାଇବାକୁ ସୁସ୍ଥ ମନ ଦେଲା 

ଆଉ ଦେଲା ସବୁଜିମା ଭରା ଏ ଧରା ଦେଖିବାକୁ ଆଖିଦୁଇ

କାକଳୀର ସୁମଧୁର ସ୍ୱନ ଶୁଣିବାକୁ ଦୁଇ କାନ 

ତଥାପି ଅଣ୍ଟୁନି ମୋତେ ମୁଁ ମାନବ ମାଗେ ସତେ କେତେ

ଆହୁରି ଦିଅ ହେ ପ୍ରଭୁ ଏହାଠାରୁ ଅଧିକ ଅଧିକ


ଏହାଠୁ ଅଧିକ ଏଠାରୁ ସୁନ୍ଦର ଆଉ କିବା ଅଛି

ପାଇଛି ଅନେକ ଅବନୀ ଠାରୁ ମୁଁ 

କେବେ ତାକୁ ଦେବାକୁ ମୋ' ମନ କି ବଳୁଛି 

ସତେ କେତେ ସ୍ୱାର୍ଥ ପର ମୁଁ ଯେତେ ପାଇଲେ ବି

କେବେ ଭଗବାନ କେବେ ଭାଗ୍ୟ ଆଉ କେବେ

ଏ ଧରଣୀକୁ ନିନ୍ଦୁଛି, ପାପଫଳ ନିଜ କର୍ମପାଇଁ ଭୋଗୁଛି

ବର୍ଷାରେ ଭିଜିଲେ ହସୁଛି ବନ୍ୟା ବିଭୀଷିକା ପାଇଁ ସେ ଦାୟୀ..!! 

ଏ ମାଟିରୁ ଜନ୍ମିଛି ମାଟିରେ ଖେଳିଛି କାହିଁ ନିନ୍ଦୁଛି ମାଟିକୁ

କୁତ୍ସିତ କରୁଛି ସବୁଜିମା ପରିବେଶ ନିଜେ ନିଜେ

କେମିତି ଦେଉଛି ଦୋଷ ମୁଁ ଅନ୍ୟମାନଙ୍କୁ


କେବେ ତ କରିନି ପ୍ରଶ୍ନ ଅବା ଆତ୍ମସମୀକ୍ଷା ନିଜର

କ'ଣ ଦେଇଛି ଦେଶକୁ ମାଟିକୁ ଓ ଧରାକୁ 

ଖାଲି ନେବା ଜାଣେ ଦେଲାବେଳକୁ ମୁର୍ଖ ପାଲଟେ

ନେଲାବେଳକୁ ସୁସଭ୍ୟ, ଶିକ୍ଷିତ, ଧନୀ ଗୋଷ୍ଠୀ ଓ ବଡ଼ଲୋକ

ଫେରାଇବା ମଧ୍ଯ କର୍ତ୍ତବ୍ଯ ମୋର ଏ ରାଇଜ ଓ ଦେଶକୁ

ସେହି ମାଟି ମା' କୁ ସେହି ଗଛ ଲତାକୁ ବିକ୍ରି କରି

ପାଲଟେ ମୁଁ ଧନୀ, କି ଧନୀ ମୁଁ !

ସବୁ ତ ମାଟିର ସବୁ ଏ ଧରାର ସବୁ ଈଶ୍ବରଙ୍କ

ମୋର ବୋଲି ତ କିଛି ନାହିଁ ହଁ ଅଛି କେବଳ ଏ ମନ ଟା

ଯାହା ଏବେ ସ୍ୱାର୍ଥ ର ରଙ୍ଗରେ, ପର ଲୁହରେ, 

ରଙ୍ଗୀନ ଜୀବନକୁ ଖୋଜୁଛି ଯାହା ଜୀବନ ନୁହେଁ ମରଣସମ

ସତରେ କେତେ ସ୍ୱାର୍ଥ ନେଇ ବଞ୍ଚିଛି ଏଠି 

କିଛି ନଥାଇ କହେ ସବୁ ମୋର ସବୁ ମୋର

ଏତେ ସୁ୍ନ୍ଦର ପ୍ରକୃତି ଥାଏ କହେ କିଛି ନାହିଁ କିଛି ନାହିଁ

ତୁମେ ବି ଥରେ ପ୍ରଶ୍ନ କର ନା ନିଜକୁ.. 

ତୁମେ କେତେ ସ୍ୱାର୍ଥର ସମ୍ପତ୍ତି ରେ ଧନୀ.. 

ଅବା ଗଢିଛ ସ୍ୱାର୍ଥପରର ସମ୍ପର୍କ ବଜାର. !! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract