STORYMIRROR

Ajit Kumar Raut

Action

3  

Ajit Kumar Raut

Action

ମନୋରଞ୍ଜନ

ମନୋରଞ୍ଜନ

1 min
198


କାର୍ ରେ ବସିବା ମନୋରଞ୍ଜନ ହିଁ

ଭ୍ରମଣର କାଳେ ଏହି,

କାନୁନ ପାଳନ ଅତି ଆବଶ୍ୟକ

କାର୍ ଚଳେଇବା ଯହିଁ।୧।


ବେଳ୍ଟକୁ ବାନ୍ଧିଣ କାର୍ ରେ ବସିବା

ଅତି ଆବଶ୍ୟକ ହୁଏ,

କାନୁନ ବିରୋଧେ କାର୍ ଚଳେଇଲେ

ଦୁର୍ଘଟଣା ମଧ୍ୟ ହୁଏ।୨।


କାର୍ ରେ ବସିଣ ବେଳ୍ଟକୁ ବାନ୍ଧିବା

ଅତି ଜରୁରୀ ହିଁ କାର୍ଯ୍ୟ

ଟ୍ରାଫିକ ନିୟମ ପାଳନ କରିବା

କର୍ତ୍ତବ୍ୟ ହିଁ ଏହି କାର୍ଯ୍ୟ।୩।


ମାସ୍କ ପିନ୍ଧିବା ଭି ପ୍ରୟୋଜନ ଏବେ

ଦୂରତା ରଖିବା କାର୍ଯ୍ୟ,

କରୋନା ନିୟମ ପାଳନ କରିବା

ଜୀବନେ ମହାନ କାର୍ଯ୍ୟ।୪।


ନିୟମ କୁ ପାଳି ଗନ୍ତବ୍ୟ ପଥରେ

ସୁରକ୍ଷିତ ପହଞ୍ଚିବା,

ମନ ଆନନ୍ଦରେ ଖୁସିର ସଂସାର

ସଦାସର୍ବଦା ରଖିବା।୫।


କାର୍ ରେ ବସିବା ମନୋରଞ୍ଜନ ହିଁ

ଭ୍ରମଣର କାଳେ ଏହି,

କାନୁନ ପାଳନ ଅତି ଆବଶ୍ୟକ

କାର୍ ଚଲେଇବା ଯହିଁ ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action