STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ମୁଁ ଶିମିଳିପାଳ

ମୁଁ ଶିମିଳିପାଳ

1 min
220


ଆଜି ମୁଁ କାନ୍ଦୁଛି ତୁମପାଇଁ ତୁମ କାରଣରୁ

କାଲି ମୋ' ପରି ଆହୁରି ଅନେକ ସବୁଜଘର କାନ୍ଦିବେ

ଆଉ ପହରଦିନ ତୁମେ କାନ୍ଦିବାକୁ ଥିବ ହେଲେ କେହି ଶୁଣିବେନି,


ଆଜି ମୁଁ ଜଳୁଛି ତୁମ ଅବହେଳାରୁ ତୁମ ଆକ୍ରମଣରୁ 

କାଲି ମୋ' ପରି ଅନେକ ଜଙ୍ଗଲ ଜଳିବ ତୁମ ଗର୍ବର ନିଆଁରେ

ଆଉ ପହରଦିନ ତୁମେ ମଣିଷଜାତି ବିନା ନିଆଁରେ ଜଳିବ, 


ଆଜି ମୁଁ ପୋଡ଼ି ହୋଇଯିବି ପାଉଁଶ ହୋଇ ସରିଯିବି

କାଲି ମୋ' ପରି ଅନେକ ଶିମିଳିପାଳ ସାଜିବ ମରୁଭୂମିସମ

ପହରଦିନ ତୁମେ ନର ସରିଯିବି ସଢିଯିବ ମୋର ବିନା ସାହାର୍ଯ୍ୟରେ, 


ଆଜି ମୁଁ ମରଣ ଶେଜରେ ଅଗ୍ନିରେ ଭିଜେରେ ତୁମ ଲାଗି

କାଲି ତୁମେ ଜନ୍ମ ନେଇପାରିବନି ଏ ଧରିତ୍ରୀ ମାଟିରେ ମୋ' ଗର୍ଭରୁ

ପହରଦିନ ତୁମେ ନରରାକ୍ଷସ ଧ୍ୱଂସ ପାଇଯିବ କେବଳ ନିଜପାଇଁ, 


ଆଜି ବାରବାର ସତର୍କ ଘଣ୍ଟି ତୁମେ ଶୁଣିପାରୁନ ହରାଇଛ ଶ୍ରବଣ ଶକ୍ତି

କାଲି ନା ଥିବ ବର୍ଷା ନା ଥିବ ବସନ୍ତ-ଶୀତର କାଳ ଓ ଫଗୁଣ

ପହରଦିନ ତୁମେ ହଜିଯିବ ଅଜ୍ଞାନୀ ଅହଙ୍କାରୀ ଦଳ ସବୁ ସରିଯିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract