STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଶ୍ରୀଗଣେଶ ପୂଜା

ଶ୍ରୀଗଣେଶ ପୂଜା

1 min
264


ଅଙ୍ଗ ମଉଳିରେ ପିତୁଳାଟେ ଗଢି

ପାର୍ବତୀ କଲେ ସ୍ମରଣ

ଆସି ଜୀବନ୍ୟାସ ଦେଇ ଗଣନାଥ

ନାମ ଦେଲେ ନାରାୟଣ 

ପ୍ରଭୁଙ୍କ ଆଶିଷ ପାଇ

ମାତାବଳେ ବଳୀୟାନେ ତପସ୍ୟାର

ଦ୍ବାରକୁ ଜଗିଲେ ଯାଇ ।।

ମହାଦେବ ଯୁଦ୍ଧ କରି ଅଜାଣତେ

ପୁତ୍ରକୁ କଲେ ନିଧନ

ମାତାଙ୍କ କୃପାରୁ ହସ୍ତୀ ମୁଖ ଯୋଖି

ପିତା କଲେ ଗଜାନନ

ବୁଦ୍ଧି ଜ୍ଞାନରେ ପ୍ରବୀଣ

ପିତାଙ୍କର ଚାଲିପାଖେ ବୁଲିଯାଇ

ଦେଲେ ଜ୍ଞାନର ପ୍ରମାଣ ।।

ସବୁ ଶୁଭକାର୍ଯ୍ୟେ ଅଗ୍ରପୂଜ୍ୟ ସିଏ

ମୂଷିକ ତାଙ୍କ ବାହନ

ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ତିଥିଟି

ଅଟେ ତାଙ୍କ ଜନ୍ମଦିନ 

ବିଦ୍ୟାଳୟ, ଅନୁଷ୍ଠାନ

ପୁରପଲ୍ଲୀ ସବୁଠାରେ ଶ୍ରୀଗଣେଶ

ମୂର୍ତ୍ତି, ମେଢ଼ରେ ପୂଜନ ।।

ଦୁଇ ପାର୍ଶ୍ବେ ପୋତି ଶୁଭ ରମ୍ଭା ଗଛ

ସଜ୍ଜିତ ହୁଏ ତୋରଣ

ରଙ୍ଗୀନ କାଗଜ, ଆମ୍ବ, ଦେବଦାରୁ

ପତ୍ରେ ଶୋଭା ପୂଜାସ୍ଥାନ

ଶଙ୍ଖ, ଘଣ୍ଟ ନାଦେ ବ୍ରାହ୍ମଣଙ୍କ ମନ୍ତ୍ରେ

ହୁଏ ନୈବେଦ୍ୟ ଅର୍ପଣ 

ପୁଷ୍ପାଞ୍ଜଳିକୁ ପ୍ରଦାନ

କରି ଶେଷେ ଭୋଜିଭାତର ମଉଜେ

ପରସ୍ପରେ ଆପ୍ୟାୟନ ।।

ବିଦ୍ୟାଦାତା, ବୁଦ୍ଧିଦାତା, ସିଦ୍ଧିଦାତା

ସେ ଭବ ଭୟ ଭଞ୍ଜନ

ଜ୍ଞାନର ପ୍ରଦୀପ ଜାଳନ୍ତି ଭକତେ

ଦେଇ ତାଙ୍କ ଦିବ୍ୟଜ୍ଞାନ 

ସେତ ବିଘ୍ନ ବିନାଶନ

ଲମ୍ବ ଉଦର ଗିରିଜା କୁମର

ଶୋଭା ତାଙ୍କ ସୁଶୋଭନ ।।

ଭାଦ୍ରବ ମାସରେ ପଡେ ତାଙ୍କ ପୂଜା ପାର୍ବଣ

ନମ୍ଃ ବିଘ୍ନେଶ୍ୱର ବକ୍ରତୁଣ୍ଡ ଗିରିଜା ନନ୍ଦନ ।।

ବିଦ୍ୟା ଦାତା ପ୍ରଭୁ ବିନାୟକ

ଛାତ୍ର ଛାତ୍ରୀଙ୍କୁ ଦିଅନ୍ତି ଆଶିଷ ।।

ସର୍ବେ ପୂଜନ୍ତି ପ୍ରଭୁ ଗଜାନନ

ବିଦ୍ୟାଦାତା ପ୍ରଭୁ ଆମେ ତୁମରି ଶରଣ।।

ପ୍ରଭୁ ତୁମେ ଲଡୁପ୍ରିୟ ଅତ୍ୟନ୍ତ

ଲମ୍ବୋଦର ନାମେ ପ୍ରଭୁ ଜଗତେ ବିକ୍ଷାତ।। 

ସକଳ ପୂଜାର ପ୍ରଭୁ ତୁମେ ଆଦ୍ୟ ରୁପ

ପ୍ରାଣୀଙ୍କ ଭରଷା ପ୍ରଭୁ ବିନାୟକ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract