STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ପଳାୟନ ପନ୍ଥୀ

ପଳାୟନ ପନ୍ଥୀ

1 min
187


ଜାଣି ତ ନଥିଲି ଜୀବନଟା

ଏତେ ମୂଲ୍ଯବାନ ବୋଲି ମୁହିଁ

ଜୀଇଁବା ପାଇଁକି ପଳାୟନ ହିଁ

ଏକମାତ୍ର ସଠିକ୍ ମାର୍ଗ ବୋଲି

ଅନୁଭବ କରେ ଆଜି ମର୍ମେ ମର୍ମେ !

ଅବଶ୍ଯ ପଢ଼ିଥିଲି ସଂସ୍କୃତ ବହିରେ

ଗାଁ ଇସ୍କୁଲରେ ନବମ କି ଦଶମ ଶ୍ରେଣୀରେ

ଯଦିଓ ଠିକ୍ ଭାବେ ମନେ ବି ପଡୁନି

କେବେ ପଢିଥିଲି ଅବା ଘୋଷିଥିଲି

"ଯଃ ପଳାୟତି ସଃ ଜୀବତି"ର ଗୁରୁମନ୍ତ୍ର

ଏବେ ଠିକ୍ ବୁଝି ମୁଁ ପାରୁଛି

ପଣ୍ଡିତେ ବୁଝେଇ ଥିବା ସାରମର୍ମ !

ସମ୍ଭ୍ରାନ୍ତ ଯେତେକ ଧାଉଁଛନ୍ତି ପ୍ରବାସ

ଶ୍ରମଜିବୀ ଧାଉଁଛନ୍ତି ଭିଟାମାଟିକୁ

ମୋ ଭଳି ମଧ୍ୟମବର୍ଗୀ ଜାବୁଡ଼ି ଧରିଛି

ଜୀବିକାକୁ ଜୀବନଠୁଁ ମଣି ଶ୍ରେୟସ୍କର

କାରଣ ଜୀବିକା ବିହୁନେ ଜୀବନ

ଜୀଇଁବା ଅଟଇ ବଡ଼ ଦାରୁଣ

କେଉଁଠି କି ଯିବି ମୁହିଁ ପାଉନି ଉତ୍ତର

ବାହୁଡ଼ିବି ଗାଁକୁ ଅବା ଯିବି ପରଦେଶ ?

ବିଡ଼ମ୍ବିତ ଭାଗ୍ୟ ଯେ' ମୋହର

ମୁହିଁ କରଇ ନିଷ୍ଫଳ ପ୍ରୟାସ

ଯିବି କି ଯିବିନି ମୀମାଂସାରେ

ଧାଁଦୌଡ଼ ପାଇଁ ହୁଅଇ ପ୍ରସ୍ତୁତ

ପରିଶେଷେ ଘାଣ୍ଟିହୁଏ ଦ୍ବନ୍ଦ୍ବରେ

କାହିଁ ଯିବି ଧାଇଁ ପ୍ରାଣ ବିକଳରେ

ଅମରାବତୀର ପୁରେ ଅବା

ଯୁଝିବି ଭୋକର ଭୁଗୋଳରେ ?

ଗୁରୁ ସଚ୍ଚି ରାଉତରାୟଙ୍କ କବିତାର

ମର୍ମସ୍ପର୍ଶୀ ଚେତାବନୀ ବାଣୀ

ହୃଦେ ହୋଇ ଗୁଞ୍ଜରିତ

ଓଗାଳୁଛି ଗଳି ବାଟ ମୋର

ଜୀଇଁବାକୁ ହିଁ ହେବ ମୋତେ

ଏଇ ଧରଣୀ ବକ୍ଷରେ କର୍ମଭୂମିରେ

କର୍ତ୍ତବ୍ଯର ଦାୟରେ ଜୀବିକା ନିର୍ବାହରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action