STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅନୁଶାସନ

ଅନୁଶାସନ

1 min
10


ଅନୁଶାସନରେ ଗଢ଼ା ଯେ ଜୀବନ

     ଶୃଙ୍ଖଳା ତା ଅନ୍ୟ ନାମ

ଜନମ ଠୁ ଜୁଇ ପ୍ରତ୍ୟେକ ଟି କର୍ମ

     ପର୍ଯ୍ୟାୟରେ ହୁଏ ଜାଣ।

ବିବାହ ବନ୍ଧନ ନିର୍ଦ୍ଧିଷ୍ଟ ନୀତିରେ

     ହାତ ଗଣ୍ଠି ପଡ଼ି ଥାଏ

ଜନମ ଜନମ ସାତ ଜନମକୁ

     ବେନି ଆତ୍ମା ଯୁଗ୍ନ ରହେ।

ଭାଇ ଭଉଣୀ ର ପବିତ୍ର ବନ୍ଧନ

     ଅନୁଶାସନ ରେ ଗଢ଼ା

ଭାଇ ଙ୍କ ହାତରେ ରାକ୍ଷୀ ଟିଏ ଦେଇ

     ଭଉଣୀ ସୁରକ୍ଷା ବଢା।

ଗୁରୁ ଗୁରୁଜନ ଦିଅନ୍ତି ଆଶିଷ

    ସଦା କାଳେ ଲଘୁ ଜନେ

ପରିବାର ଗଢ଼ା ମମତା ଡୋରୀରେ

     ପୀରତି ଅନୁଶାସନେ ।

ଆଜିର ସମାଜ ହୁଏ ଛାରଖାର

     ଅନ୍ଧାରୀ ଅନୁକରଣେ

ଅତୀତ ଆମର କି ସୁନ୍ଦର ଥିଲା

     କଠୋର ଅନୁଶାସନେ।

ଯିଏ ବଡ଼ ପଦେ ଆସୀନ ହୋଇଛି

     ତାହାର ମୂଳେ ନିୟମ

ନିୟମ ରେ ଯଦି ଉଲ୍ଲଂଘନ ହୁଏ

     ବିଗିଡି ଯାଏ ପରାଣ।

ଦେଶ ଦେଶ ପାଇଁ ସମ୍ପର୍କ ସ୍ଥାପନ

     ଲୋଡା ତ ଅନେକ ନୀତି

ଭାଇ ଚାରା ପ୍ରୀତି ବାନ୍ଧି ଯେ ପାରଇ

      ଉଜୁଡ଼ା ଜାତିର ଛାତି।

ସନମାନ ଦେବା ଅନୁଶାସନ କୁ

      ଶୁଣ ହେ ମାନବ ଭାଇ

ପରିବେଶ ଆମ ସୁରକ୍ଷିତ ରଖି

      ବଞ୍ଚିବା ଜଗାକୁ ଧ୍ୟାୟି ।



Rate this content
Log in

Similar oriya poem from Action