STORYMIRROR

Kalpana Satpathy

Inspirational Others

3  

Kalpana Satpathy

Inspirational Others

କିଣା ବିକା

କିଣା ବିକା

1 min
166

ସୃଷ୍ଟି ର ସ୍ରଷ୍ଟାଙ୍କର ଅନବଦ୍ୟ ସୃଷ୍ଟି

ଅତୀବ ରହସ୍ୟମୟ ଯେଉଁଠି

ସମ୍ପର୍କର ସୂତାଖିଅ ଲମ୍ବିଛି

ଭୂମିରୁ ଭୂମା ଯାଏ,

ସଭିଏଁ ସଭିଙ୍କର ଅତି ନିଜର

ହେଲେ ଜଣାପଡେ ନାହିଁ

ଅଜଣା ଅଶୁଣା ମଧ୍ୟରେ ବି ସମ୍ପର୍କର ସେତୁ

ହୋଇ ଯାଏ ମଜବୁତ,

ନିତି ଏଠି ଚାଲେ ଜୀବନ ସଉଦା କିଣା ବିକା

ଜୀବନ ହାଟର ବଜାର ସଂସାର ମଧ୍ୟରେ।

ଅନୁଭବ, ଅନୁଭୁତି ସ୍ମୃତି କୁ ସାଙ୍ଗରେ

ନେଇ ପ୍ରାରବ୍ଧ କର୍ମର ଫଳ

ଭୋଗ ସବୁ ଭୋଗିବାକୁ ପଡ଼ିଥାଏ

ଏହି ଅନିତ୍ୟ ସଂସାରର ଭୂଖଣ୍ଡରେ,

ଯାହା ଚାଲିଥାଏ ଅବିଶ୍ରାନ୍ତ ଗତିରେ‍‌

ଭାଗ୍ୟ ଓ କର୍ମର ସାଧନାର ପଥରେ।

ଶ୍ରେଷ୍ଠ ନାୟକ ଭାବରେ ପ୍ରଭୁ

ଏଠି ତାଙ୍କ ଇସାରାରେ ସଜାଇ

ଦେଇଥାନ୍ତି ଚିଜସବୁ ସମୟ ର

ଆଢ଼ୁଆଳରେ ନୀରବି ହୃଦୟ ର

ମନ ମଧ୍ୟରେ ପବିତ୍ରତାର

ଗଣ୍ଠିଲି ସୂତାକୁ ପ୍ରାଣ ସଞ୍ଚାର

କରିବା ଭଳି ସାମର୍ଥ୍ୟ ନେଇ

ସଵୁରି ମନରେ ସବୁରି ତୁଣ୍ଡରେ

ଓ ସଭିଙ୍କ ର ଭାବନା ରାଜ୍ୟରେ

ପ୍ରଭୁଙ୍କର ଦରବାରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational