STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆହେ ମହେଶ

ଆହେ ମହେଶ

1 min
12


ଆହେ ମହେଶ

ଆହେ ମହେଶ

ବର୍ଷ ଆରମ୍ଭ ରୁ ଦିଅ ଆଶିଷ

ତୁମ୍ଭ ଆଶିଷ ରେ ରୋଗ ଶୋକ ହରେ

ସବୁରି ପରାଣେ ଭର ହରଷ।

ଆହେ ମହେଶ

ଆହେ ମହେଶ

ଜଗତ ଉଦ୍ଧାର ପାଇଁ କି ଗୋସାଇଁ

କରିଥିଲ ପରା ଗରଳ ପାନ

ହଳାହଳ ବିଷ ପ୍ରକୋପ ରେ ପ୍ରଭୁ

କଣ୍ଠ ନୀଳକଣ୍ଠ ଦିଶିଲା ଜାଣ

ଆହେ ମହେଶ୍ୱର ଧୃଜଟି ଶଙ୍କର

ନୂଆ ସମ୍ବଚ୍ଛରେ ଦିଅ ଆଶିଷ

ତୁମ୍ଭ ଆଶୀର୍ବାଦେ ହସୁ ଏ ବିଶ୍ୱ।

ଆହେ ମହେଶ

ଆହେ ମହେଶ

ଆତଙ୍କିତ ଆଜି ସସାଗରା ଧରା

ଆତଙ୍କ ଖେ ଳାନ୍ତି ଆତଙ୍କବାଦୀ

ଅଜଣା ରୋଗ ଯେ କାୟା ବିସ୍ତା ରନ୍ତି

ସେ ରୋଗ ପାଇଁ କି ନାହିଁ ଔଷଧି

ଆହେ ତ୍ରିଲୋଚନ ଏହି ନିବେଦନ

ତ୍ରିଶୂଳ ମୁନ ରେ କର ବିନାଶ।

ଆହେ ମହେଶ

ଆହେ ମହେଶ

ଏ ଦୁଇ ହଜାର ଚବିଶି ବରଷ

ହୋଇ ସଦା ନୂଆ ବିତରୁ ସୁଖ

ହିଂସା ଦ୍ୱେଷ ରାଗ ଭୁଲିଯାଇ ସର୍ବେ

ଅନେକ ରେ ପରା ହୁଅନ୍ତୁ ଏକ

ଆହେ ଲୋକନାଥ ଅନାଥ ର ନାଥ

ନାଶ କରିଦିଅ ସବୁ କଳ୍ମଷ।

ଆହେ ମହେଶ

ଆହେ ମହେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational