ସଂସାରର ଖେଳ
ସଂସାରର ଖେଳ
ମଣିଷର ଆୟୁ ଶତ ବର୍ଷ ହେଲେ
ନିଦ୍ରା,ତନ୍ଦ୍ରା, ଆଳସ୍ୟରେ
ଖେଳ କସରତ ପର ଚିନ୍ତା କରି
ବୃଥାରେ ସମୟ ସାରେ
ବିତି ଯାଏ ଅଧା ଆୟୁ
ସମୟର ସ୍ରୋତେ ବାଦ ବିସମ୍ବାଦେ
ଜାଗ୍ରତ ନହୁଏ କେହୁ ।
ବାଳକ ବାର୍ଦ୍ଧକ୍ୟେ ବାକି ଅଧକରୁ
ଅଧା ବାହିତ ହୁଅଇ
ରୋଗଶୋକ ଦୁଃଖ ହାନି ଲାଭମନ୍ଦେ
ସମୟଟା ଯାଏ ବହି
ହେଲେ ଯେତେ ସଚେତନ
କିଂ କର୍ତ୍ତବ୍ୟେ କିମାଚାର ପରିପନ୍ଥୀ
କାତରେ ହୁଏ ଉଚ୍ଛନ୍ନ ।
ବାକି ଥିବା ଆୟୁ କାଳର କରାଳେ
ତଳକୁ ନିଅଇ ଟାଣି
ଜୀବନ ଜୀବିକା ପଶ୍ଚାତାନୁତାପେ
ଲାଭ କ୍ଷତି ପରିମାଣି
ଉଜାଣି ନଦୀର ସ୍ରୋତେ
ସଂସାରର ମାୟା ଜାଲେ ଛନ୍ଦି ହୋଇ
କାମ ମୋହେ ଅନୁବ୍ରତେ ।
-