STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ଦୀପାବଳି

ଦୀପାବଳି

1 min
117

କିଏ କହେ ମୋତେ ଦିୱାଲି ଦିୱାଲି

କିଏ କହେ ଦୀପାବଳି

ଆଲୋକର ପର୍ବ ସଭିଏ ଜାଣନ୍ତି

ଶୁଭୁଛି ଶବ୍ଦର ଲୋରି।


ପ୍ରଭୁ ଶ୍ରୀରାମ ଫେରିଲେ ଅଯୋଧ୍ୟା

ସତମୁଖ ହେଲେ ଜନତା

ବିଜୟ ଉତ୍ସବ ପାଳିଲେ ସଭିଏଁ

ଜାଳି ଆଲୋକର ବାର୍ତ୍ତା।


ବଇଜ୍ଞାନିକ ମାନେ କଲେଣି ସତର୍କ

ବଢୁଛି ବିଶ୍ଵତାପନ

କ୍ଷଣିକ ସୁଖକୁ ସାଉଣ୍ଟିବା ପାଇଁ

କରୁଛି ବାଣ ବର୍ଷଣ।


ଧୂଆଁ ଓ ଶବ୍ଦରେ କଳୁଷିତ ଆଜି

ଚତୁଃପାର୍ଶ୍ଵ ରାର

କେତେ ରୋଗ ବ୍ୟାଧି ଆଣିଦେବ ସେହି

ନାହିଁ କାହାର ଧ୍ୟାନର।


ତଥାପି କହୁଛି ଗୁହାରି କରୁଛି

ଧ୍ୟାନେ ରଖ ମୋର କଥା

ଶବ୍ଦ ଓ ଧୁଆଁରୁ ଦୂରେଇ ରହିଲେ

ହୋଇବ ଜଗତଜିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational