STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ଆଜାଦି କି ଅମୃତ ମହୋତ୍ସବ

ଆଜାଦି କି ଅମୃତ ମହୋତ୍ସବ

1 min
171

ଆଜାଦି ଅମୃତ ମହୋତ୍ସବ ଆଜି

ପାଳୁଛି ଦେଶ ଖୁସିରେ

ସତେ କି ଆଜାଦି ପାଇଲା ଏ ଦେଶ

ବିଶ୍ୱାସ ହେଉନି ଆଖିରେ।

ଜୟ ଯବାନ ଜୟ କିଷାନ୍ ନାରାରେ

ଫାଟୁଛି ପଲ୍ଲୀ ସହର

ସେହି କିଶାନ ଯେ ବିଷ ପିଉଅଛି

ଦେଖୁଛନ୍ତି ସର୍ବେଶ୍ଵର।

ଇଏ କି ବିଧିର ବିଚାର

କଷଟି ପଥରେ କଷି କଷି କରି

କରିବେ ତାଙ୍କ ବିଚାର।

ହର ଘର ତ୍ରିରଙ୍ଗା ନାରା ଦେ

ଦେଶର ପ୍ରଧାନମନ୍ତ୍ରୀ

ତ୍ରିରଙ୍ଗା ଉଡ଼ିଲା ସମୀରେ ସମୀରେ 

ଲlଗେକି ଅମରାବତୀ।

ବାସ ଅଛି ବୋଲି ଉଡ଼େଇଲି ଧ୍ଵଜା

ନଭଶ୍ଚୁମ୍ବି ଗଗନରେ

ବାସ ହରା ଯିଏ କେ କରିବ ସିଏ

ଆଜାଦି ଅମୃତ ମହୋତ୍ସବ ରେ।

ତଥାପି ହସୁଛି ହାତ ସେ ଟେକୁଛି

ଜୟ ଜୟ ନାରାରେ

ଅନ୍ତରର କୋହ ଚପାଇ ଚାଲିଛି

ଜୀବନ ଚଲାପଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational