STORYMIRROR

CHITTARANJAN BARIK

Fantasy

3  

CHITTARANJAN BARIK

Fantasy

ଜନ୍ମଭୂମି

ଜନ୍ମଭୂମି

1 min
196

ଜନନୀ ଜନ୍ମଭୂମି

ସେହି ମୋ ମାଆ ଟି

ଜଣେ ଯଶୋଦା ହେଲେ

ସେ ମାଆ।ଦେବକୀ।


କେତେ ତରୁ କେତେ ଗିରିର

ଅଟେ ସେ ସଦ୍ମ

କେତେ କେତେ ଖଗ,ଜନ୍ତୁଙ୍କ 

ଅଟେ ସେ ସୌଭାଗ୍ୟ।


ଜନ୍ମରୁ ମରଣ ପର୍ଯ୍ୟନ୍ତ

କେତେ ଦେଇ ଯାତନା

କରିନାହିଁ କେବେ ବିରୋଧ

ମନେ ନାହିଁ ବେଦନା।


କେହି କେବେ କଳି ପାରିନି

ତା'ର ସେନେହ

ଅଧମ ଅକ୍ଷମ ଅଟୁ

ଆମେ ତାର ସନ୍ତାନ।


ଜନ୍ମଭୂମି ପରି ମାଆ ଟି

ମିଳେ ସଭିଙ୍କୁ

ମାଆ ନାହିଁ ବୋଲି

କେବେ କେହି ନ କହୁ କାହାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy