STORYMIRROR

CHITTARANJAN BARIK

Inspirational

3  

CHITTARANJAN BARIK

Inspirational

ଆଧୁନିକ ଶିକ୍ଷା

ଆଧୁନିକ ଶିକ୍ଷା

1 min
174

ଶିକ୍ଷା!ଶିକ୍ଷା! ଶିକ୍ଷା!

ଏଥିପାଇଁ ନେବାକୁ ପଡ଼ିଛି

କେତେ ଯେ ଗୁରୁଦିକ୍ଷା।

କେତେ ବିଦ୍ୟାଳୟ କେତେ ଅନୁଷ୍ଠାନ

ଦେଖିଛି ଆଜି ଏ ଜାତି

ଉଦାରୀ ବିବେକୀ ଜନନାୟକ ଯେ

କରିଯାଇଛନ୍ତି କେତେ କୀର୍ତ୍ତି।

୬ ରୁ ୧୪ ବରଷକ ଯାଏଁ ଅଟେ ଏ ବାଧ୍ୟତାମୂଳକ

ବାଧ୍ୟକରି କେବେ ଶିକ୍ଷାର ପୂର୍ଣ୍ଣତା

ହୋଇନାହିଁ ଅବଶ୍ୟ।

କୁଟୀରରୁ ଆସି କୋଠାରେ ବସିଲା 

ଶିକ୍ଷା ତା ପାଖୁଡ଼ା ମେଲି।

ବନ ବିଦ୍ୟାଳୟ ବନେ ଗଲା ଝଡି

ଚାଲୁଛି ସ୍ମାର୍ଟ ଖଡ଼ି।

ଗୁରୁକୁଳ ଶିକ୍ଷା ଆଧୁନିକ ଶିକ୍ଷା

ବାରିହୋଇ ଯାଉଅଛି

ଶିକ୍ଷାର ମୌଳିକ ଗୁଣ କୋଉଠୁ ପାଇବା

କହିବ ଓଡ଼ିଆ ଜାତି।

ଆଧୁନିକ କ୍ଷେତ୍ରେ ବଞ୍ଚିରହିଅଛି

ଶିକ୍ଷକ ଶିକ୍ଷାର୍ଥୀ ମାନିଲେ ଏହାକୁ

ଫେରିବ ନିଶ୍ଚେ ଅବଶ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational