Chittaranjan Nanda

Inspirational

3  

Chittaranjan Nanda

Inspirational

ମାନବ ଏକତାର ଗାନ

ମାନବ ଏକତାର ଗାନ

1 min
122


ଦେଖୁଅଛେ ଆମେ ବର୍ଷା ପାଣି ପବନ  

ଭୂମି ଓ ଗଗନ  

ସଦା ଗିରି କାନନ ନଦୀ ବନ ରାତି  

ଜହ୍ନ ଓ ଦିନ |୧|


ସୂର୍ଯ୍ୟ ଚନ୍ଦ୍ର ବେନି ଦେଖୁ ଅଛନ୍ତି ସଦା 

ସର୍ବଦା ଦିବାନିଶି

ବ୍ରହ୍ମାଣ୍ଡ ଘଟଣା ସରବକୁ ଜାଣୁଛନ୍ତି 

ଏଇ ଆକାଶେ ବସି l୨l


ପଶୁ କୀଟ ପତଙ୍ଗ ଗୁଳ୍ମ ଗଛଲତା 

ଦେଖେ ବହୁ ପ୍ରକାର 

ମନୁଷ୍ୟ ସହ ବହୁ ପ୍ରାଣୀ ରହୁ ଅଛନ୍ତି 

ଏ ସୃଷ୍ଟି ମଧ୍ୟର |୩|


ବିଶ୍ୱାସ ଓ ନିଶ୍ୱାସକୁ ସାଥି କରି ସରବେ

ପ୍ରାଣ ଧରି ବଞ୍ଚିଛନ୍ତି

ସମସ୍ତଙ୍କର ନିଜ ନିଜ ବୁଦ୍ଧି ବିବେକକୁ 

ନେଇ ରହି ଅଛନ୍ତି |୪|


ଜଣେ କିଏ ନିର୍ଦ୍ଦେଶକ ଅଛନ୍ତି କି ନାହିଁ  

କିଏ ତ ଦେଖି ନାହିଁ

ଜନମି ଅଛେ ସରବେ ସଂସାରର ଏହି 

ରଙ୍ଗମଞ୍ଚ ପାଇଁ |୫|


ସରବ ପ୍ରାଣୀ ତ ଏଇ ସଂସାର ମଧ୍ୟରେ 

କାମନା ବାସନାଗ୍ରସ୍ତ 

ଆପଣା ସ୍ୱଭାବର ଅଧୀନ ଅଟନ୍ତି ସମସ୍ତ 

ପ୍ରାଣୀ ଜଗତ l୬l


ସମସ୍ତ ପ୍ରାଣୀଂକର ରହି ଅଛି ଦେହ  

ମନ ଓ ସପନ

ହୁଅନ୍ତି ସରବେ ଖରାରେ ଘର୍ମାକ୍ତ  

ଶୀତରେ କମ୍ପନ |୭|


ମଣିଷ ସମାଜ ନିଜର ବୁଦ୍ଧି ଆଶା 

ଓ ଆକାଂକ୍ଷା ଦ୍ୱାରା

ନୂତନ ତଥ୍ୟ ସଂଗ୍ରହ ପାଇ ହୁଅନ୍ତି 

ବାର୍ତ୍ତାବହ ବିଜ୍ଞାନର ଧାରା |୮|


ଆମେ ଜାଣିନେ ଅନ୍ୟ କୌଣସି ପ୍ରାଣୀ

ର ଅଛି କେତେ ମହତ୍ତ୍ୱ

କିନ୍ତୁ ମନୁଷ୍ୟ ନିଜେ ନିଜକୁ ସମସ୍ତଂକ 

ଠାରୁ ମଣେ ଶ୍ରେଷ୍ଠତ୍ୱ |୯|


ଜ୍ଞାନ ବିଜ୍ଞାନ ଯୋଗ ଶାସ୍ତ୍ର ଓ ଜ୍ଞାନର 

ଉଦାର ଭକ୍ତି ମତେ 

ଏକାଗ୍ରେ କର୍ମ କର୍ତ୍ତବ୍ୟ ଲକ୍ଷ୍ୟେ ଯିଏ 

ସମର୍ପିତ ମହାନ ସମସ୍ତେ |୧୦|


ସତ୍ୟକୁ ଆହୁତି ଦେଲେ ମଣିଷ ସମାଜ 

ସ୍ୱାର୍ଥର ଯଜ୍ଞରେ

ଖଣ୍ଡ ବିଖଣ୍ଡିତ ହେଉନି କି ଶ୍ରେଷ୍ଠତ୍ୱ 

ମନୁଷ୍ୟର ବିଷାକ୍ତତାରେ |୧୧|


ଚତୁର୍ଦ୍ଦିଗେ ଶୁଭେ ଆଜି ସର୍ଜନା ପରିବର୍ତ୍ତେ 

ଧ୍ୱଂସର ଆହ୍ୱାନ

ସତରେ କି ମାନବିକତାର ଗୌରବ ଗରିମା 

ହେଉନି କି ଭଗ୍ନ |୧୨|


ଆହ୍ୱାନ ହେଉ ଆମର ଆନ୍ତର୍ଜାତୀୟ ମାନବ 

ଏକତା ଦିବସରେ

ସଜାଡିବା ମନୁଷ୍ୟତାର ଅବ୍ୟବସ୍ଥାର ବ୍ୟଥା 

ଏକତା ବଳରେ |୧୩|


ସବୁ ମଣିଷକୁ ସମାନ ଭାବି ଜାତି ଲିଙ୍ଗ 

ଭେଦ ଦେବା ଦୂରେଇ

ଅସମାନତା ଓ ଦାରିଦ୍ର୍ୟକୁ କରିବା ଦୂର  

ଏକତା ମନ୍ତ୍ରେ ବାନ୍ଧି ହୋଇ |୧୪|


ଜନ୍ମ ଜନ୍ମାନ୍ତରକୁ କଲେ ଅବଲୋକନ  

ଏ ପଥ ପ୍ରଗତିର ପ୍ରୋତ୍ସାହନ 

ବିକାଶ ପଥେ ହୋଇ ଅଗ୍ରସର ବିଶ୍ୱର 

କରିବା କଲ୍ୟାଣ ସାଧନ |୧୫|



Rate this content
Log in

Similar oriya poem from Inspirational