ପ୍ରଭୁ ହେ
ପ୍ରଭୁ ହେ
ତୁମକୁ ଆଶରା କରିଥିଲି ବୋଲି
ତୁମେ ତୁଟାଇଲ ମୋ ସବୁ ଶିରି
ତୁଚ୍ଛାଟାରେ ମୋତେ ବଞ୍ଚେଇ ରଖିଛ
ଦେଉନ କର୍ହିଁକି ମୋ ଛାତି ଚିରି।।
ଅଳପ ଦିନର ଗଳପ ମୋହର
ଏକା ମୁଥକରେ ଶେଷ ହୁଅନ୍ତା
ଚି଼ର କାଳ ପାଇଁ ଦୁନିଆ ବୁକୁରୁ
ନାମଟି ମୋହର ଲିଭି ଯାଆନ୍ତା।।
ବ୍ରାହ୍ମଣ କୁଳରେ ଜନମ ଦେଇଛ
ବ୍ରହ୍ମ ବିଦ୍ୟା ମୋତେ ନ ଶିଖାଇଲ
ବ୍ରାହ୍ମଣ କରେଇ ବ୍ରହ୍ମ ନ ଚ଼ିହ୍ନେଇ
ଅକୁଳିନ କରି ମୋତେ ଛାଡ଼ିଲ ।।
ବାର ବାର କରି ମାରୁଅଛ ଛୁରୀ
କେତେବା ଏ ଦେହ ଆଉ ସହିବ
ଯାତନାରେ ସଢ଼ି ଛାଡ଼ୁଅଛି ରଡ଼ି
ଲାଗୁଛି ଏବେ ମୋ ତଣ୍ଟି ପଡିବ।।
ସେ ଲାଗି କହୁଛି ପ୍ରଭୁ ହେ
ଗୋଟେ ଝଟକାରେ ଉଡ଼ିଯାଉ ମୋର
ଏଇ ଛାର ପାଣବାୟୁ ହେ।।