STORYMIRROR

Suchismita Behera

Inspirational

3  

Suchismita Behera

Inspirational

ନୂତନ ବର୍ଷ

ନୂତନ ବର୍ଷ

1 min
184

ନୂତନ ବର୍ଷ ର ଶୁଭେଚ୍ଛା ସହ

ଜଗତନାଥ ଙ୍କୁ କରେ ଗୁହାରି 

କୈବଲ୍ୟନାଥ ମହାପ୍ରଭୁ ଆହେ

ଦୁସ୍ତର ଖଣ୍ଡିତ କର ସବୁରି l


ଦୁଃଖ,ରୋଗ,ଦୁର୍ଘଟଣା,ଆତଙ୍କ

ଚିନ୍ତା ସବୁ ଦୂର ହେଉ,

ବାର ବାର ତୁମ ଦର୍ଶନ ପାଇବି 

ଏତିକି କରୁଣା ରହୁl


ନୀଳାଦ୍ରୀନାଥ ହେ ମହାବାହୁ

ପ୍ରତି ପରିବାରେ ରଖ ସୁଖ

ପ୍ରତି ହୃଦୟ ରେ ତୁମେ ହିଁ ବିରାଜି

ହରି ନିଅ ପ୍ରଭୁ ସବୁ ଦୁଃଖ ।


ମନ,ଧ୍ଯାନ ମୋର ଆତ୍ମା ଶାରୀ

ତୁମ ପାଶେ ରହୁ ଗିରିଧାରୀ

ଜପୁଥାଉ ଜିହ୍ବା ହରି ହରି

ଜଗନ୍ନାଥ ନାମ ଧରି ଧରି 

ହୋଇ ଯିବି ଏହି ଭବୁ ପାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational