ଗୁରୁ
ଗୁରୁ
ସକଳ ସୃଷ୍ଟି ଯେ ଚରାଚର
ସୃଜିଲେ ଯେ ଜଗଦୀଶ୍ବର ।
ଗୁରୁ ଙ୍କୁ ସୃଜିଲେ ଯେ ତହିଁ
ଅଗ୍ର ଆସନ ତାଙ୍କୁ ଦେଇ।
ଅଜ୍ଞାନେ ବୁଦ୍ଧି ଜ୍ଞାନ ଦେଇ
ଅନ୍ଧାରେ ଜ୍ଯୋତି ଯେହ୍ନେ ପାଇ।
ଧର୍ମ ଅଧର୍ମ ଓ ପାପ ପୂଣ୍ୟ
ଧରା ରୁ ଭେଦି ମହାଶୂନ୍ଯ ।
ସକଳ ସୃଷ୍ଟି ଯେ ଚରାଚର
ଗୁରୁ ପଦରେ ଶତବାର
ନମନ୍ତି ଜାଣି ବ୍ରହ୍ମରୂପୀ
ତାଙ୍କ ଅଧୀନେ ବ୍ରହ୍ମ ଲିପି।
ନିଃସ୍ବ ରୁ ବିଶ୍ଵ ପରିଚୟ
ଗୁରୁ କରାନ୍ତି ଅନୁମେୟ ।
ଦୁଃଖ ରୁ ଯେ ପରମାନନ୍ଦ
ଗୁରୁ ଶିଖାନ୍ତି ଅପ୍ରମାଦ।
ଗୁରୁ ଶିଖାନ୍ତି ସୃଜନଶୀଳତା
ବିଚାର,ବିକାର,ଆଶା,ଆସ୍ଥା ।
ସେ ମହନୀୟ ପଦେ ପଡି
ପଦ ରେଣୁ କୁ ମୁଣ୍ଡେ ମାରି।
ଆଶିଷ ଲଭି ତାଙ୍କ ହସ୍ତୁ
ମୁକତି ଲଭେ ଜୀବୁ ଜନ୍ତୁ ।
ଅଣୁ ରୁ ଅଣାୟତ୍ତ ଯାଏ
ପଦେ ପଡନ୍ତି ମହାକାୟେ।
ହରି, ହର ଯେ ସ୍ବୟଂ ବିଧି
ଗୁରୁ ଙ୍କ ପାଦେ ପ୍ରଣମନ୍ତି ।
ସେ ପଦ ଯୁଗଳକୁ ଧ୍ଯାୟୀ
ଲେଖିଲି ପଙ୍କ୍ତି ପଦ ଦୁଇ ।
ଗୁରୁ ଙ୍କ ପାଦପଦ୍ମ ତଳେ
ଏ ମୂଢ ସୁଚି ଭକ୍ତି ବାଢେ ।