STORYMIRROR

Suchismita Behera

Inspirational

3  

Suchismita Behera

Inspirational

ପୁରୀରେ ବସନ୍ତ ଆସିଛି

ପୁରୀରେ ବସନ୍ତ ଆସିଛି

1 min
196

ବସନ୍ତର ମୃଦୁ ମଳୟ ପରଶେ 

ରଙ୍ଗ ରଙ୍ଗିଆ କି ଦିଶୁଛି

କାଳିଆରେ ରାଧା ମନେ ପଡିଯିବ

ପୁରୀରେ ବସନ୍ତ ଆସିଛି ।


ବଇଁଶୀର ସ୍ୱର ଗୁଞ୍ଜୁରୀ ଉଠୁଛି 

ଫଗୁଣ ଫଗୁଣ ବାସୁଛି 

କାଳିଆରେ କେଳି ମନେ ପଡିଯିବ 

ଶ୍ରୀକ୍ଷେତ୍ରେ ମଳୟ ବହୁଛି।


ବଉଳର ବାସ ବାସେ ଚଉପାଶ

କୋଇଲି ପଞ୍ଚମେ ଗାଉଛି 

କାଳିଆରେ ରାସ ମନେ ପଡିଯିବ

ପୁରୀରେ ଫଗୁଣ ଆସିଛି।


ରଙ୍ଗର ଅବିର ଫଗୁ ପସରା ରେ

ଚାରିଆଡେ ମେଲି ହୋଇଛି  

କାଳିଆରେ ହୋଲି ମନେ ପଡିଯିବ 

ଫଗୁ ଦଶମୀଟି ଆସୁଛି।


ମଧୁ ମାଳତୀର ମହକରେ ସତେ

ମଳୟ ପାଗଳେ ବହୁଛି 

କାଳିଆରେ ଗୋପ ମନେ ପଡିଯିବ 

ପୁରୀରେ ମଳୟ ବହୁଛି।


ତୋ ପୁରୀରେ ବସନ୍ତ ଆସିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational