STORYMIRROR

Suchismita Behera

Inspirational

3  

Suchismita Behera

Inspirational

ହେ ଜଗନ୍ନାଥ !

ହେ ଜଗନ୍ନାଥ !

1 min
210

ହେ ଜଗନ୍ନାଥ!

ତୁମେ କୋଟି ଓଡିଆ ଙ୍କ ପ୍ରାଣ,

ତୁମେ ସୃଷ୍ଟି ତୁମେ ବିଲୟ,

ହଟିଆ ଠାକୁର ତୁମେ, ନଟଖଟିଆ ଠାକୁର,

 ତୁମେ ମୋକ୍ଷ ତୁମେ ହିଁ ନିର୍ବାଣ।


ହେ ଜଗନ୍ନାଥ! 

ତୁମ ଘୋଷ ଯାତ୍ରା ରେ,

ଟାହିଆ ବାନ୍ଧି, ଭକ୍ତ ଙ୍କୁ ଛନ୍ଦି 

ତୁମେ ଚଢ ନନ୍ଦିଘୋଷେ,

ଭାବ ରେ ବୁଡି,ଭାବ କୁ ଭିଡି

 ମୋ ଆତ୍ମା ନିନ୍ଦାଘୋଷ ଗଡେ ତୁମରି ପାଶେ।


ହେ ଜଗନ୍ନାଥ !

ତୁମ ଶରଧା ବାଲି ରେ ଚାଲୁଥିବା ଭକ୍ତ

ନୀଳଚକ୍ର ଚାହିଁ ଡାକେ,

କପଟି ଜଗା ତୁ କାଳେ ଲୁଚିଯିବୁ

କଂସାକବାଟ ପଛେ, 

ପହଡ ର ଅବା ବେଶ ଅର୍ଚ୍ଚନା ର ବାହାନା କରି,

ଭକ୍ତ ସେ ଚିନ୍ତା ଛଟପଟ ମନକୁ ଧରି,

ପାଦ କୁ ବଢାଏ ତୁମ ଦରଶନ ଲାଗେ।


ଏତେ ଦୂରୁ ଆସିଛି ପ୍ରଭୁ ତୁମ ଦରଶନ ପାଇଁ

ଟିକିଏ ଜଗିବ ମୋତେ,

ଜନ ସମୁଦ୍ର ର ଲହଡି ଭିତରୁ,

ଭକ୍ତ ର ଆକୁଳ ଅନ୍ତରୁ 

 ଏ ନିବେଦନ ଛୁଟେ ସ୍ବତେଃ।


ଯେହ୍ନେ ଦିଶିଯାଏ ତୁମ ଚକା ନୟନ 

ନାଲିଆ ମୁରୁକି ହସ,

ଭାବ ବିହ୍ଵଳ ରେ ମନ ନାଚିଯାଏ 

 ଦେଖି ତୁମ କଳା ବେଶ।

  ମହାପ୍ରଭୁ! ଦେଖି ତୁମ ଦାରୁ ବେଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational