STORYMIRROR

Suchismita Behera

Children

3  

Suchismita Behera

Children

ସୁନାପିଲାଟିଏ ମୁହିଁ

ସୁନାପିଲାଟିଏ ମୁହିଁ

1 min
131

ବୋଉ କହୁଛନ୍ତି ସବୁ ଖାଇଦେଲେ 

ସୁନାପିଲାଟିଏ ମୁହିଁ  

ବାପା କହୁଛନ୍ତି କଥା ମାନିଦେଲେ 

ସୁନାପିଲାଟିଏ ମୁହିଁ ।


ଜେଜ କହୁଛନ୍ତି କଥା ମୁଁ ଶୁଣିଲେ 

ସୁନାପିଲାଟିଏ ମୁହିଁ  

ଜେଜେମା କହନ୍ତି ଜୁହାର ମୁଁ ହେଲେ

ସୁନାପିଲାଟିଏ ମୁହିଁ ।


ସାରେ କହନ୍ତି ପାଠ ଲେଖିଦେଲେ

ସୁନାପିଲାଟିଏ ମୁହିଁ 

ଭଲ କାମ ସବୁ କରିଦେଲେ ପରା 

ସୁନାପିଲା ହୁଏ ସେହି।


ଭାବୁଛି ମନରେ ମୋତେ ସୁନା ପରା

କରିଲେ ସଭିଏଁ ମିଶି 

ମୋତେ ସୁନାପିଲା କହି କହି ପରା

ନିଜେ ହେଉଥାନ୍ତି ଖୁସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children