Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Inspirational

3  

Suchismita Behera

Inspirational

ହେ ମହାପ୍ରଭୁ

ହେ ମହାପ୍ରଭୁ

1 min
177


ଆଖି ଦୁଇ ତୁମ ସୂରୁଜ ଚାନ୍ଦ ତ 

ଦେଖି ପାରୁନ କି ଏ ବାଧା

କିବା ସେ ନୟନେ ବସାଇ ରଖିଛ

ତୁମ ପ୍ରାଣପ୍ରିୟା ରାଧା ।


ତୁମେ ନ ଫେଡିଲେ ଆଉ କେ ଫେଡିବ

ଫେଡିବ ଏ ଦୁଃଖ,କାତର,ପୀଡା

ତୁମେ ନ ଚାହିଁଲେ ପତର ହଲେନି

ଜାଣିଛି ଏ ତୁମ ଲୀଳା।


ମୋର ଦୁଃଖ ଯଦି ତୁମକୁ ରଞ୍ଜୁଛି

ଦେଉଛି ତୁମକୁ ସୁଖ

ଆହେ ଭଗବାନ ପତିତପାବନ 

ଦିଅ ତେବେ ଖାଲି ଦୁଃଖ ।


ମୋର ଅଶ୍ରୁଜଳ ତୁମ ପାଇଁ ଖେଳ 

ଆନନ୍ଦ ଦେଉଛି ଯଦି

ଦେଖି ଦେଖି ମୋର ଆଖିରେ ଲୁହକୁ 

ଖୁସି ହୁଅ ଦୟାନିଧି ।


ଲୁହ ପୀଡା ମୋର ଦେଖି ସାରି ଯେବେ

ମନ ପୁରି ଯିବ ତୁମ 

ସେତେ ଦିନ ଯାଏ ଧର୍ଯ୍ଯ ଦେଇଥାଅ

ତୁଣ୍ଡେ ଥାଉ ତୁମ ନାମ।


Rate this content
Log in

Similar oriya poem from Inspirational