STORYMIRROR

Suchismita Behera

Inspirational

4  

Suchismita Behera

Inspirational

ହେ ମହାବାହୁ

ହେ ମହାବାହୁ

1 min
311

ଆଖି ମୋର ଦେଖୁ ପତିତପାବନ 

କାନ ତୋ ଭଜନ ଶୁଣୁଥାଉ,

ନାକ ମୋର ଶୁଙ୍ଘୁ ତୋ ଗନ୍ଧ ଚନ୍ଦନ

ପାଟି ତୋର ନାମ ଡାକୁଥାଉ।

ଜିହ୍ବା ମୋର ଚାଖୁ ତୋ ମହାପ୍ରସାଦ 

ଦନ୍ତ ଦେଖି ତୋତେ ହସୁଥାଉ,

ହାତ ମୋର ଦୁଇ ଗରୁଡ଼ ପଛରୁ

ତୋ ନାମ କୁ ଧରି ଉଠୁଥାଉ।

ପାଦ ଦୁଇ ମୋର ତୋର ଦରଶନେ

ପୁରୀ ବଡଦାଣ୍ଡ ମାଡୁଥାଉ,

ମଥା ମୋର ପ୍ରଭୁ ତୋ ପାଦପଦ୍ମ ରେ

ଆଜୀବନ ଜଗା ନଇଁ ଥାଉ ।

ହୃଦୟେ ମୋହର ତୋର ଶ୍ରୀ ମନ୍ଦିର

ଦାରୁ ରୂପ ତୋର ବିଜେ ଥାଉ,

ଭାବ ରଜୁ ସହ ତୋର ମୋର ଡୋର

ପ୍ରାଣ ଯିବା ଯାଏ ବନ୍ଧା ଥାଉ।

ହେ ବଳିଆର ଭୂଜ ହେ ମହାବାହୁ

ମୋ ଶ୍ବାସ ରେ ତୋ ନାମ ମିଶି ଯାଉ

ଜୀବ ଗଲା ବେଳେ ତୋ ଚକା ନୟନ 

ଆଖି ଆଗରେ ମୋ ଭାସିଯାଉ,

ଏ ମାଗୁଣି ମୋର ପୂର୍ଣ୍ଣ ହେଉ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ  

ତୁଣ୍ଡ ମୋର ସଦା ଘୋଷୁଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational