STORYMIRROR

Suchismita Behera

Inspirational

3  

Suchismita Behera

Inspirational

ଅବଢା ରଜା

ଅବଢା ରଜା

1 min
184

ନୀଳାଦ୍ରୀ ନାଥ ହେ ନୀଳମଣି

ଭକତ ଜନଙ୍କ ଡାକ ଶୁଣି ।

ଭୂଜ ଛାଇ ତଳେ ରଖିଥାଅ

ଦୁଃଖ ଆତଙ୍କକୁ ଫେଡୁଥାଅ।

କୈବଲ୍ୟନାଥ ହେ ଅବଢା ରଜା

କାନିକା,ମହୁର,ବେସର,ଭଜା

ଖେଚୁଡି,ଆମ୍ବିଳ,ରାଇ,ଆମ୍ବିଳ

ପୋଡପିଠା,ପୁଳି,ଦହି ପଖାଳ

ଛେନା ପଣା,ଫେଣି,ମଣ୍ଡା,କାକରା

ମିଠାଡାଲି ସାଥେ ବଗଡା,କ୍ଷୀରା

ମାଲପୁଆ ସାଥେ ହାଲୁଆ,ଗଜା

ବଡି ରୁଚିରକୁ ଶାଗର ଭଜା।

ବଡ ଓଡିଆ, ତା ଓଡିଆ ଖିଆ,

ଖାଇବା ଦିଅଁ ମୋ ସୁନା କାଳିଆ।

ଓଡିଆ ଙ୍କ ପ୍ରିୟ ପଖାଳ ଭାତ,

ଖାଏ ନିତି ରାତି ଘିଅ ସହିତ।

କୈବଲ୍ୟନାଥ ସେ ବଡ ସାଆନ୍ତ, 

ଖାଇ ଖୁଆଉଛି ସାରା ଜଗତ।

ଆନନ୍ଦ ବଜାର ଦେଇଛି ମେଲି,

ଖାଇସାରି ମୁଣ୍ଡେ ପୋଛୁଥା ବୋଲି।

ନିର୍ମାଲ୍ଯ କଣିକେ ପାଇଲେ ତାର,

କୋଟି ପାତକ ରୁ ହେବ ଉଦ୍ଧାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational