ନିମିତ୍ତ ମାତ୍ର
ନିମିତ୍ତ ମାତ୍ର
ଜୀବନ ପାତ୍ର ମୋ ଭରି ପ୍ରଭୁ ଅଛ
ଦେଇଛ ଦୁର୍ଲ୍ରଭ ମଣିଷ ଜନ୍ମ
କାହିଁକି କହିବି କିଛି ମୁଁ କରୁଛି
କର୍ତ୍ତା କ୍ରିୟା ରୂପେ କରୁଛ କର୍ମ।
ମାନ ଅଭିମାନ ତୋ ଠାରେ ଉିନ୍ନ
ଜଣାଟି ତୁମକୁ ମୁଁ ନିମିତ୍ତ ମାତ୍ର
କାହିଁକି କହିବି ସତ୍ୟ ଅସତ୍ୟ
ପଲକେ ଦେଖୁ ତୁ ସାରା ମୂଲକ।
କାହିଁକି କେଜାଣି ତୋଠୁ ମୁଁ ଋଷେ
ହସି ବୁଝି ପାରେ ମୋ ଯଥାର୍ଥ
ଅବଢା ବଜାରେ ଦେଖେ ଯେବେ
ଚଣ୍ଡାଳ ବ୍ରାହ୍ମଣ ଖାଆନ୍ତି ଏକାଠି ମହାପ୍ରସାଦ।
ଧୂଳିରେ ଖେଳିଛି ଧୂଳିରେ ବୁଲିଛି
ଧୂଳିଟିରେ ଖୋଜେ ତ୍ରିତାପ ମୁକ୍ତିରୁ ବାଇଶି ପାହାଚ
ଭକ୍ତ ପାଇଁ ସଦା ପ୍ରାଣ ବନ୍ଧାଟି ତୋ
ଜାଣିଛି ଜଗତ ପତିତ ପାବନ ବାନା ମହତ୍ତ୍ୱ।
