ବାଇମନ
ବାଇମନ
ବାଇମନ କଥା ମାନ,
ହୃଦୟୁ ଶୁଣିବ ଦିବ୍ୟବଚନ l
ଜନନୀ ଗରଭେ ଥିଲୁ ଯେତେବେଳେ,
କରୁଥିଲୁ ତୁହିଁ ପ୍ରଭୁଙ୍କୁ ଧ୍ୟାନ l
ବାଇମନ କଥା ମାନ......... ୧
ଧରାପୃଷ୍ଠେ ଯହିଁ ଆସିଲୁ,
କୁଆଁ କୁଆଁ ରାବ ଟି ଦେଲୁ,
ମୋହ ମାୟା ରୂପୀ ସଂସାର କୁ ଦେଖି,
ବଦଳି ଗଲାଟି ତୋହରି ମନ l
ବାଇମନ କଥା ମାନ......... ୨
ନାଶବାନ ଏହି ସଂସାର,
ଧନ ଜନ ନୁହେଁ କାହାର,
କାହାକୁ ନେଇ ତୁ ଗର୍ବ କରୁଅଛୁ,
କିମ୍ପାଇ ତୋହର ଅଥୟ ମନ l
ବାଇମନ କଥା ମାନ......... ୩
ମୋର ବୋଲି ଯାହାକୁ କୁହ,
ତୋ ଆଖିରେ ଦେବ ସେ ଲୁହ,
ଆତ୍ମ ବଡ଼ିମାରେ ବୁଡି ରହି ତୁହିଁ,
ଭୁଲିଗଲୁ ତୁହିଁ ଅମୁଲ୍ୟ ଜ୍ଞାନ l
ବାଇମନ କଥା ମାନ....... ୪
ଦିବ୍ୟଜ୍ଞାନ ଯିଏ ଭୁଲିଲା,
ନରକ ରେ ସିଏ ପଡିଲା,
ବିଫଳ ହୋଇବ ମାନବ ଜନମ,
ଅସତ୍ୟ ନୁହଇ ଏହି ବଚନ l
ବାଇମନ କଥା ମାନ....... ୫
ଦିବ୍ୟଗୁଣ କରି ଧାରଣ,
ଯିଏ କରେ ଉତ୍ତମ କର୍ମ,
ନିସ୍ଵାର୍ଥ ଭାବରେ ସେବା କରେ ଯିଏ,
ବଇକୁଣ୍ଠେ ସିଏ ପାଇବ ସ୍ଥାନ l
ବାଇମନ କଥା ମାନ
ହୃଦୟୁ ଶୁଣିବ ଦିବ୍ୟବଚନ.... ୬