ଭଜ ରାମ
ଭଜ ରାମ
ରଘୁକୂଳ ବନ୍ଦନ ଦଶରଥ ନନ୍ଦନ
ମୁନି ମନ ରଞ୍ଜନ ଦୀନ ଦୁଃଖ ଭଞ୍ଜନ
ଶିଷ୍ଟ ଜନ ତାରଣ ଦୁଷ୍ଟ ନିବାରଣ
ଶିବଚାପ ଭଞ୍ଜନ ଜୟ ଶ୍ରୀରାମ।।
ରାଜସୁଖ ତେଜି ପିତୃସତ୍ୟ ହେଜି
ଜାୟାନୁଜ ସଙ୍ଗେ କାନନ ବିରାଗୀ
ଅସୁର ସଂହାରି ଭବ ଭାର ହାରୀ
ସୁଗ୍ରୀ-ମିତ୍ର ବାଳୀ-ବଳହାରୀ ରାମ
ଜାନକୀ ବିରହ ଦାହେ ଲଙ୍କେଶ ନାସି
ବିଭୀଷଣେ ଲଂକାଧିଶ ବିନ୍ୟାସୀ
ବନବାସ ଶେଷେ ଅଯୋଧ୍ୟା ପ୍ରବେଶ
ମର୍ଯ୍ୟାଦା ପୁରୁଷ ଉତ୍ତମ ଶିରୀରାମ ।।
ଭଜ ମନ ରାମନାମ ଜପ ରାମ ରାମ
ଅଯୋଧ୍ୟା ନଗରୀ ଶିରୀ ମନୋହାରି ଧାମ
ଦଶୋଦିଶା ହରଷ ଉଲ୍ଲାସ ଆହ୍ଲାଦିତ
ବିରାଜିତ ଜଗତ ବନ୍ଦିତ ସିୟା-ରାମ ।